ଚମ୍ପୁଆରେ ରାଷ୍ଟ୍ରୀୟ ନବବର୍ଷ ପାଳିତ

ଚମ୍ପୁଆ ( ପ୍ରଦୀପ ମହାନ୍ତ): ଚମ୍ପୁଆ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘ ଚମ୍ପୁଆ ଖଣ୍ଡ ତରଫ ରୁ ପବିତ୍ର ଚୈତ୍ର ଶୁକ୍ଳ ପ୍ରତିପଦା ତିଥି ରେ ପାଳିତ ହେଉଥିବା ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ଅତ୍ୟନ୍ତ ହର୍ଷୋଲ୍ଲାସ ର ସହ ପାଳିତ ହୋଇଛି । ଚଳିତ ବର୍ଷ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ର ଶତବାର୍ଷିକୀ ସମାରୋହ ଅବସର ରେ ଚଂପୁଆ ଖଣ୍ଡ ର ସଦସ୍ୟ ମାନେ ପୂର୍ଣ୍ଣ ଗଣବେଶ ରେ ପଥ ସଞ୍ଚଳନ କରି ନଗର ପରିକ୍ରମା କରିଥିଲେ । ଏହି ପଥ ସଞ୍ଚଳନ ଚମ୍ପୁଆ ଶିଶୁ ବିଦ୍ୟା ମନ୍ଦିରରୁ ବାହାରି ବସଷ୍ଟାଣ୍ଡ, ଗଉଡ ସାହି, ଶାସନ, ମନ୍ଦିର ସାହି, ଗାନ୍ଧୀ ଛକ, ମୁଖ୍ୟ ବଜାର ଦେଇ ନଗର ଭବନ ଛକ ରେ ସମାପ୍ତ ହୋଇଥିଲା ।

ଚମ୍ପୁଆ ଖଣ୍ଡ ସଂଘ ଚାଳକ ଚତୁର୍ଭୁଜ ପ୍ରଧାନ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଷ୍ଟିଲ ଥର୍ମାଲ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ମିଶ୍ର ଯୋଗ ଦେଇ ସଂଘ ର ବିଚାରଧାରା ସମ୍ପର୍କ ରେ ମାର୍ଗଦର୍ଶନ କରିଥିଲେ । ମୁଖ୍ୟ ବକ୍ତା ଭାବେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ମୟୁରଭଞ୍ଜ ବିଭାଗ ର ସହ ବିଭାଗ ପ୍ରମୁଖ ଚୈତନ୍ୟ ପ୍ରସାଦ ବାରିକ୍ ଯୋଗ ଦେଇ ରାଷ୍ଟ୍ରୀୟ ନବବର୍ଷ ଓ ଭାରତୀୟ କାଳଗଣନା ରେ ଚୈତ୍ର ଶୁକ୍ଳ ପ୍ରତିପଦା ର ମହତ୍ତ୍ ବିଷୟ ରେ ଆଲୋକପାତ କରିଥିଲେ ।

ବରିଷ୍ଠ ସଂଘ ପ୍ରଚାରକ ସଞ୍ଜୟ କୁମାର ମହାନ୍ତ, ଘନଶ୍ୟାମ ମହାନ୍ତ, ଦୁଷ୍ମନ୍ତ କୁମାର ମହାନ୍ତ, ବସନ୍ତ କୁମାର ମହାନ୍ତ, ସତ୍ୟଜିତ ପ୍ରଧାନ, ମହିରାମ ମହାନ୍ତ, ଜୟକୃଷ୍ଣ ମହାନ୍ତ, ବିଭୁତି ଭୁଷଣ ମହାନ୍ତ, ମାନସ ରଞ୍ଜନ ସାହୁ, ଚୈତନ୍ୟ ପ୍ରସାଦ ବାରିକ୍ ଙ୍କୁ ଉତ୍ତରୀୟ ଦେଇ ସମ୍ମାନିତ କରାଯାଇଥିଲା । ଏହି ଅବସର ରେ ସଂଘର ବିଭିନ୍ନ ଆନୁସଙ୍ଗିକ କ୍ଷେତ୍ରରୁ ଶତାଧିକ ସ୍ୱୟଂ ସେବକ ଓ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ କରିଥିଲେ ।

Leave a Reply

Your email address will not be published. Required fields are marked *

error: Content is protected !!