ଗଞ୍ଜାମ/ବୁଗୁଡ଼ା(ସୋରେନ କୁମାର ପ୍ରଧାନ):ବିଷପାନ କରି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ବ୍ୟକ୍ତି ଜଣଙ୍କ ହେଲେ ବୁଗୁଡ଼ା ଥାନା ଅନ୍ତର୍ଗତ ବିଷ୍ଣୁଚକ୍ର ଗ୍ରାମର ରଙ୍କନିଧି ଘଡେଇ । ବହୁ ଦିନ ଧରି ତାଙ୍କର ସ୍ବାସ୍ଥ୍ୟ ଖରାପ ଥିଲା। ଦାରିଦ୍ର୍ୟତା ଯୋଗୁଁ ଉପଯୁକ୍ତ ଚିକିତ୍ସା ହୋଇପାରୁନଥିଲା।ଏଣେ ସେ ଥୂଲେ ଜ ଜଣେ ନିଶାସକୁ ବ୍ୟକ୍ତି। ଖରାପ ସ୍ବାସ୍ଥ୍ୟ ଦେଖାଇବା ପାଇଁ ଆବଶ୍ଯକିୟ ଅର୍ଥ ନ ଥିବା ଫଳରେ ଯନ୍ତ୍ରଣା ସହ୍ୟ କରିନପାରି ରଙ୍କନିଧି ମଦ ସହିତ କୌଣସି ବିଷ ମିଶାଇ ପିଇଥିବା କୁହାଯାଉଛି। ଗୁରୁତର ଅବସ୍ଥାରେ ପରିବାର ଲୋକେ ରଙ୍କନିଧୂଙ୍କୁ ବୁଗୁଡ଼ା ମେଡିକାଲ ଶିଥିଲେ। ଚିକିତ୍ସାନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ଖବର ପାଇ ବୁଗୁଡା ଥାନା ପୋଲିସ ମେଡ଼ିକାଲରେ ପହଞ୍ଚି ଶବକୁ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ, ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ଏହି ବିଷୟରେ ପୋଲିସ ତଦନ୍ତ ଜାରି ରଖିଥିବା କଣାପଡିଛି।