ଭୁବନେଶ୍ୱର (ସମୀର ରଞ୍ଜନ ନାୟକ ): ସସ୍ମିତ ପାତ୍ରଙ୍କୁ କଡ଼ା ସମାଲୋଚନା କଲେ ସାଂସଦ ମୁନା ଖାନ୍ । ଦଳରେ ଦୋମୁହାଁ ନୀତି ଚଳିବ ନାହିଁ ବୋଲି କହିଲେ।ଯାହାର ଯିବାର ଅଛି ବିଜେପିକୁ ପଳାନ୍ତୁ, ଦୋମୁହାଁ ନୀତି ଚଳିବନି । ମୁଁ ସିଧା ଯାଇ ଦଳର ସଭାପତି ନବୀନ ବାବୁଙ୍କୁ ସବୁ ଜଣାଇବି। ସଂସଦୀୟ ବୋର୍ଡ ବୈଠକରେ ବିଲ୍କୁ ବିରୋଧ ନିଷ୍ପତ୍ତି ହୋଇଥିଲା। ବିଲ୍ ବିରୋଧରେ ଭୋଟ୍ ପାଇଁ ନବୀନ ବାବୁ ସ୍ପଷ୍ଟ ଭାବେ କହିଥିଲେ ।ସସ୍ମିତ କାହିଁକି ଟ୍ବିଟ୍ କରି ବିବେକାନୁମୋଦିତ ଭୋଟ ପାଇଁ କହିଲେ ଜାଣିନି ।
ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟସଭାରେ ଓ୍ବାକଫ୍ ବିଲ୍କୁ ବିଜେଡି ସାଂସଦ ମୁନା ଖାଁ ବିରୋଧ କରିଥିବା ବେଳେ ସାଂସଦ ସସ୍ମିତ ପାତ୍ର ଏହି ବିଲ୍କୁ ସମର୍ଥନ କରିଥିଲେ । ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ବିଜେଡି ଦୁଇ ଭାଗ ହୋଇଛି ବୋଲି ମଧ୍ୟ କୁହାଗଲା । ଦଳ ସଭାପତି ନବୀନ ପଟ୍ଟନାୟକ ଏହି ବିଲ୍କୁ ବିରୋଧ କରିବାକୁ କହିଥିଲେ ବୋଲି ଦଳର କିଛି ବରିଷ୍ଠ ନେତା କହିଥିଲେ । କିନ୍ତୁ ଶେଷ ମୂହୁର୍ତ୍ତରେ କେମିତି ଏହି ନିଷ୍ପତ୍ତି ବଦଳିଗଲା ତାହାକୁ ନେଇ ତର୍ଜମା ହେବ ବୋଲି ମଧ୍ୟ ବରିଷ୍ଠ ନେତା ମତ ଦେଇଥିଲେ ।