ଅନୁଗୋଳ (ଅଜିତ କୁମାର ଭୋଇ) : ଓଡ଼ିଶାର ସାଂସ୍କୃତିକ ଗୌରବ ଓ ଭାଷାକୁ ସମ୍ମାନ ଦେବା ଲାଗି “ଓଡ଼ିଆ ପକ୍ଷ” ପାଳନ ଅବସରରେ ଆଜି ଷଷ୍ଠ ଦିବସରେ ଜିଲ୍ଲା ପ୍ରଶାସନ, ଜିଲ୍ଲା ପର୍ଯଟନ ବିଭାଗ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଏବଂ ଗୃହ ଓ ନଗର ଉନ୍ନୟନ ବିଭାଗର ମିଳିତ ଆନୁକୁଲ୍ୟରେ ” ଐତିହ ସ୍ଥଳୀ ଓ ଦେବସ୍ଥଳୀ” ରେ ସ୍ୱଚ୍ଛତା ଅଭିଯାନ ଆୟୋଜିତ ହୋଇଯାଇଛି।
ଓଡ଼ିଶାର ଐତିହାସିକ ଓ ଧାର୍ମିକ ସ୍ଥାନ ଗୁଡିକୁ ସ୍ୱଚ୍ଛ ଓ ପରିଷ୍କାର ରଖିବା ସହ ଏହାର ଗୌରବ ଓ ଅତୀତକୁ ସଂରକ୍ଷଣ କରିବା ଏବଂ ସ୍ଥାନୀୟ ଜନସାଧାରଣ ଓ ପର୍ଯ୍ୟଟକଙ୍କ ପାଇଁ ଏକ ସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟିକରିବା ଏହି ଅଭିଯାନର ଲକ୍ଷ୍ୟ ରହିଛି। ଏହି ଅବସରରେ ଜିଲ୍ଲାର ସମସ୍ତ ପଞ୍ଚାୟତି ସମିତି, ପୌରପାଳିକା/ ବିଜ୍ଞାପିତ ପରିଷଦ ଅଞ୍ଚଳ ଅଧୀନରେ ଥିବା ମାନ୍ୟତାପ୍ରାପ୍ତ ଧର୍ମ ସ୍ଥଳୀ ଓ ଐତିହ୍ୟ ସ୍ଥଳୀ ରେ ପ୍ରଶାସନିକ ଅଧିକାରୀ, କର୍ମକର୍ତ୍ତା, ସ୍ଥାନୀୟ ଜନସାଧାରଣ, ସ୍ବେଛାସେବୀ ଅନୁଷ୍ଠାନର ସଦସ୍ୟ ପ୍ରମୁଖ ଉତ୍ସାହର ସହ ଅଂଶଗ୍ରହଣ କରିଛନ୍ତି।