ସାମ୍ବାଦିକାଙ୍କୁ ସେବାୟତଙ୍କ ମାଡ଼ ମରା ଘଟଣାରେ ଆରକ୍ଷୀ ଅଧିକ୍ଷକଙ୍କୁ ସ୍ମାରକପତ୍ର ପ୍ରଦାନ

ରାୟଗଡାତା (ଗୋପୀନାଥ ଗୌଡ଼) : ଶ୍ରୀକ୍ଷେତ୍ର ଧାମରେ କୁରୁକ୍ଷେତ୍ର ଆରମ୍ଭ କରୁଛନ୍ତି ପୁରୀ ପବିତ୍ର ମନ୍ଦୀର ର କିଛି ସେବାୟତ। ଏହିଭଳି ଆଚରଣ ଏବଂ ମହିଳା ସାମ୍ବାଦିକା ଙ୍କ ପ୍ରତି ଖରାପ ଭାଷାର ଉଚ୍ଚାରଣ ବିଲକୁଲ ଠିକ୍ ନୁହେଁ।ପୁରୀ ଭଳି ପବିତ୍ର ଧାମରେ ଜଗନ୍ନାଥ ବଳଭଦ୍ର ଭଊଣି ସୁଭଦ୍ରାଙ୍କୁ ସାଙ୍ଗରେ ଭାତୃତ୍ବ ର ପରିଚୟ ସୃଷ୍ଟି କରିପାରିଛନ୍ତି। ଏଠାରେ ମହାଲକ୍ଷ୍ମୀ ସମସ୍ତଙ୍କ ଅନ୍ତର୍ ର କଥା ଓ ବ୍ୟଥା ବୁଝି ଥାଆନ୍ତି। ସେହିଭଳି ପବିତ୍ର ସ୍ଥାନରେ ନାରି ସୁରକ୍ଷିତ ନୁହଁନ୍ତି। ଯଦି ପୁରୀ ପଣ୍ଡା ସେବାୟତ କିଛି ଟଙ୍କା ଲୋଭରେ ଗଳା ବାଟ ଦେଇ ବଙ୍ଗାଳୀ ଭକ୍ତଙ୍କୁ ଦର୍ଶନ କରିବା ପାଇଁ ନେଇଯିବେ ଆଉ ସାଧାରଣ ଭକ୍ତଟିଏ ଲମ୍ବା ଲମ୍ବା ଲାଇନ ରେ ଅପେକ୍ଷାରେ ଥିବ ଯେ ଲାଇନ୍ କେବେ ସରିବ ଦର୍ଶନ ସୁଯୋଗ କେବେ ମିଳିବ ବୋଲି।

ଆଜି ସାମ୍ବାଦିକା ମହିଳା ଜଣକ ଲୋକଙ୍କ ପାଇଁ ସ୍ୱର ଉତ୍ତୋଳନ କରି ମାଡ଼ ଖାଇଛନ୍ତି। ଏହା କେଉଁଭଳି ନ୍ୟାୟ vdo ମାଧ୍ଯମରେ ସବୁ ଚିତ୍ର ଜଳଜଳ ଦେଖା ଯାଉଥିଲେ ସୁଦ୍ଧା, ପୁଲିସ୍ ଚୁପ୍ ହୋଈ ବସିବା ଅତ୍ୟନ୍ତ ନିନ୍ଦନୀୟ ଘଟଣା। ଏହିଭଳି ଯଦି ମହିଳା ମାନଙ୍କ ସ୍ୱର କୁ ଦବାଇ ଦିଆଯାଏ ତେବେ, ଏହି ଡବଲ ଇଞ୍ଜିନ ସରକାର ମହିଳାଙ୍କୁ ସମ୍ମାନ ଦେବା କଥା ଫମ୍ପା ମାଠିଆର ଶବ୍ଦ ଭଳି ଅଟେ। ଯେଉଁଠି ମହିଳା ସୁରକ୍ଷିତ ନୁହଁନ୍ତି ସେହି ରାଜ୍ୟ ସୁରକ୍ଷିତ ବୋଲି କହିବା ଏକ ପ୍ରକାର ହାସ୍ୟାସ୍ପଦ ଲାଗୁଛି। ସାମ୍ବାଦିକା ଲିନୁ ନାୟକଙ୍କୁ ମାଡ଼ ଘଟଣାକୁ ନେଇ ସାରା ରାଜ୍ୟରେ ନିନ୍ଦା କରାଯାଉଥିବା ବେଳେ, ଆଜି ରାୟଗଡ଼ା ଜିଲ୍ଲା ସାମ୍ୱାଦିକ ସଙ୍ଘ ତରଫରୁ ଏକ ସ୍ମାରକ ପତ୍ର ରାୟଗଡ଼ା ଆରକ୍ଷୀ ଅଧିକ୍ଷକ ଏସ ସ୍ଵାତୀ କୁମାରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦିଆଗଲା ।

ଏହି ଅବସରରେ ଜିଲ୍ଲା ସାମ୍ୱାଦିକ ସଂଘର ସଭାପତି ଡ.ବାଦଲ କୁମାର ତା କହିଛନ୍ତି ଯେ ପୂର୍ବରୁ ମଧ୍ୟ ବାରମ୍ବାର ଅନେକ ସମୟରେ ସାମ୍ବାଦିକଙ୍କ ପ୍ରତି ଅତ୍ୟାଚାର ଓ ଆକ୍ରମଣ ଘଟଣା ଘଟୁଥିବା ବେଳେ, ସରକାର ଏ ନେଇ ଏକ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନେବା ଦରକାର ବୋଲି କହିଛନ୍ତି । ଏହା ସହ ସାମ୍ୱାଦିକ ସୁରକ୍ଷା ଆଇନ୍ ପ୍ରଣୟନକୁ ନେଇ ଅନେକ ସମୟରେ ଦାବି ହେଉଥିଲେ ସୁଦ୍ଧା ସରକାର ଏଥିପ୍ରତି ଧ୍ୟାନ ଦେଉନାହାନ୍ତି । ଯାହାଫଳରେ ଏହିଭଳି କାର୍ଯ୍ୟରତ ସାମ୍ବାଦିକଙ୍କୁ ଆକ୍ରମଣ ବାରମ୍ବାର ଘଟୁଛି । ଏଣୁ ସାମ୍ୱାଦିକ ସୁରକ୍ଷା ଆଇନ ଯଥାଶୀଘ୍ର ରାଜ୍ୟ ସରକାର ପ୍ରଣୟନ କରି ସାମ୍ବାଦିକଙ୍କ ସୁରକ୍ଷା ପ୍ରତି ପଦକ୍ଷେପ ଗ୍ରହଣ କରନ୍ତୃ ବୋଲି ଦାବୀ କରିଛନ୍ତି।

Leave a Reply

Your email address will not be published. Required fields are marked *

error: Content is protected !!