ଜିଲ୍ଲା ପରିଷଦର ୫୯ତମ ସାଧାରଣ ବୈଠକ ଅନୁଷ୍ଠିତ ।

ଅନୁଗୋଳ (ଅଜିତ କୁମାର ଭୋଇ) : ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ପରିଷଦର ୫୯ତମ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ବବିତା ପ୍ରଧାନ ଏହି ସଭାରେ ଅଧ୍ୟକ୍ଷତା କରିଥିଲେ । ଏହି ବୈଠକରେ ଅନୁଗୋଳ ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ, ତାଳଚେର ବିଧାୟକ ଶ୍ରୀ ବ୍ରଜ କିଶୋର ପ୍ରଧାନ, ଆଠମଲ୍ଲିକ ବିଧାୟକ ଶ୍ରୀ ନଳିନୀକାନ୍ତ ପ୍ରଧାନ, ଛେଣ୍ଡିପଦା ବିଧାୟକ ଶ୍ରୀ ଅଗସ୍ତି ବେହେରା, ପାଳଲହଡା ବିଧାୟକ ଶ୍ରୀ ଅଶୋକ ମହାନ୍ତି, ମାନ୍ୟବର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଙ୍କ ପ୍ରତିନିଧି ଶ୍ରୀ ସୁଦିପ ଗଡନାୟକ, ମାନ୍ୟବର ଢେଙ୍କାନାଳ ସାଂସଦ ପ୍ରତିନିଧି ଶ୍ରୀ ରାଜେନ୍ଦ୍ର ସିଂଙ୍କ ସମେତ ଜିଲ୍ଲା ପରିଷଦର ସଦସ୍ୟା ଓ ସଦସ୍ୟ, ପଞ୍ଚାୟତ ସମିତି ଅଧ୍ୟକ୍ଷା ଓ ଅଧ୍ୟକ୍ଷ ପ୍ରମୁଖ ଯୋଗ ଦେଇଥିଲେ ।ଜିଲ୍ଲାପାଳ ଶ୍ରୀ ଅବଦାଲ୍ ମହମ୍ମଦ ଅଖତର ବୈଠକରେ ଯୋଗ ଦେଇଥିଲେ ।

ପ୍ରଥମେ ଜିଲ୍ଲା ପରିଷଦର ମୁଖ୍ୟ ଊନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧ୍ବକାରୀ ଶ୍ରୀ ଦେବଦତ୍ତ ମହନ୍ତ ସମସ୍ତ ସଦସ୍ୟଙ୍କୁ ସ୍ବାଗତ କରିବା ସହ ତା.୨୫.୦୯.୨୦୨୪ ରିଖରେ ଅନୁଷ୍ଠିତ ହୋଇଥିବା ପୂର୍ବ ବୈଠକର ବିବରଣୀ ପାଠ କରିଥିଲେ । ଜିଲ୍ଲା ପରିଷଦ ସଭ୍ୟଙ୍କୁ ଆରପିଡିଏସ ବୈଠକ ଗୁଡିକରେ ସଭ୍ୟ/ସଭ୍ୟା କରିବା ନିମନ୍ତେ ଏକ ପ୍ରସ୍ତାବ ରାଜସ୍ବ ଓ ବିପର୍ଯ୍ୟୟ ବିଭାଗକୁ ଅନୁମୋଦନ ନିମନ୍ତେ ପଠାଯିବା ପାଇଁ ନିଷ୍ପତ୍ତ ନିଆଯାଇଥିଲା । ବୈଠକରେ ପ୍ରଥମେ ଗ୍ରାମ୍ୟ ଉନ୍ନୟନ ବିଭାଗର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ପ୍ରଗତି ସମ୍ପର୍କରେ ସମୀକ୍ଷା କରାଯାଇଥିଲା ।ଏହି ଅବସରରେ ଊପସ୍ଥିତ ସଭ୍ୟ/ସଭ୍ଯାଙ୍କ ଦ୍ବାରା ଦିଆଯାଇଥିବା ବିଭିନ୍ନ ପ୍ରସ୍ତାବକୁ ମଧ୍ୟ ଗ୍ରହଣ କରାଯାଇଥିଲା । ଏହି ବୈଠକ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ, ଶିଶୁ ଓ ମହିଳା ବିକାଶ, ଅନୁସୂଚିତ ଜାତି ଓ ଜନଜାତି, ଊଠା ଜଳସେଚନ, କ୍ଷୁଦ୍ର ଜଳସେଚନ ଇତ୍ୟାଦି ବିଭାଗ ସମ୍ପର୍କରେ ଆଲୋଚନା ହୋଇଥିଲା ।

ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦର ଅତିରିକ୍ତ ଉନ୍ନୟନ ଅଧୁକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ପଦ୍ମନାଭ ସାମନ୍ତରାୟ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ଡାଃ ଶିବାନନ୍ଦ ମହାନ୍ତି, ପୂର୍ବ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଶ୍ରୀ ପ୍ରତାପ କୁମାର ହରିପାଲ , ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ନିରଞନ ସାହୁ, ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ଦିପ କୁମାର ମିଶ୍ର, ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ଅକ୍ଷୟ କୁମାର ସିଠ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ନାରାୟଣ ମହାପାତ୍ର, ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ନିରୁପମା ପାଣି, ଜିଲ୍ଲା ଯୋଗାଣ ଅଧିକାରିଣୀ ଶ୍ରୀମତୀ ସ୍ମିତା ନାୟକ ଓ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସମେତ ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।ଅନୁଗୋଳ ରୁ ଅଜିତ୍ କୁମାର ଭୋଇ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *

error: Content is protected !!