ରେଡ଼କ୍ରସ ପକ୍ଷରୁ ବିଶ୍ୱ ସ୍ୱାସ୍ଥ୍ୟ ଦିବସ

କେନ୍ଦୁଝର/ଯୋଡ଼ା (ସୀତାରାମ ଦୀକ୍ଷିତ) ଭାରତୀୟ ରେଡ଼କ୍ରସ ସଂସ୍ଥା କେନ୍ଦୁଝର ଶାଖା ପକ୍ଷରୁ ସରକାରୀ ନର୍ସି ତାଲିମ କେନ୍ଦ୍ର ସଭାଗୃହ ରେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି, ଅତିରିକ୍ତ ଜିଲ୍ଲାପାଳ ରବୀନ୍ଦ୍ର କୁମାର ପ୍ରଧାନ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଉତ୍ତମ ଆରମ୍ଭ ଉଜ୍ଜଳ ଭବିଷ୍ୟତ ରେ ମାନବଜାତିର ବିକାଶ ସମ୍ପର୍କ ରେ ବିସ୍ତୃତ ବ୍ୟାଖ୍ୟା କରିଥିଲେ, ଯୁବ ପିଢୀ ନିଜକୁ ସୁସ୍ଥ ରଖି ଭବିଷ୍ୟତ କୁ ଆଲୋକିତ କରିବାକୁ ଆହ୍ୱାନ ଦେଇଥିଲେ, ଜିଲ୍ଲା ମୁଖ୍ୟ ଚିକିତ୍ସାଅଧିକାରୀ କିଶୋର କୁମାର ପୃଷ୍ଟି ଏକସୁସ୍ଥ ସମାଜ ପାଇଁ ମାତୃତ୍ବ ର ସୁରକ୍ଷା ଓ ନବଜାତ ଶିଶୁର ସୁସ୍ଥତା ଏକାନ୍ତ ଅପରିହାର୍ଯ୍ୟ ବୋଲି ବିସ୍ତୃତ ବ୍ୟାଖ୍ୟା କରିଥିଲେ।

ନିଜାରତ ଅଧିକାରୀ ସୁଶାନ୍ତ କୁମାର ଜେନା ଉଦବୋଧନ ଛଳରେ ସୁସ୍ଥତା ର ଅପରିହାର୍ଯ୍ୟତା ସମ୍ପର୍କ ରେ ବହୁ ଉଦାହରଣ ପ୍ରଦାନ କରିଥିଲେ, ତାଲିମକେନ୍ଦ୍ର ଅଧ୍ୟକ୍ଷା ମାନସୀ ଧଳ ସ୍ୱାସ୍ଥ୍ୟ ସେବା, ସ୍ୱାସ୍ଥ୍ୟ ଆବଶ୍ୟକତା, ସୁସ୍ଥ ସମାଜ ସମ୍ପର୍କ ରେ କୁଇଜ ପ୍ରତିଯୋଗିତା ପରିଚାଳନା କରିଥିଲେ ଏହି ପ୍ରତିଯୋଗିତା ରେ ଶତାଧିକ ନର୍ସିଂ ଛାତ୍ରୀ ଭାଗ ନେଇ ସ୍ୱାସ୍ଥକିଟ ପୁରସ୍କାର ଲାଭ କରିଥିଲେ, ଜିଲ୍ଲା ରେଡ଼କ୍ରସ ଯୁଗ୍ମ ସମ୍ପାଦକ ଏ ଆର ଖାନ ଉତ୍ସବ ପରିଚାଳନା କରିଥିଲେ, ସତ୍ୟବତୀ ଲାଗୁରି ସମସ୍ତଙ୍କୁ କୃତଜ୍ଞତା ଅର୍ପଣ କରିଥିଲେ, ଶାହନାୱାଜ, ସନ୍ଦୀପ, ରଞ୍ଜନ, ସତ୍ୟ,ସମରେନ୍ଦ୍ର ପ୍ରମୁଖ ସହଯୋଗ କରିଥିଲେ,

Leave a Reply

Your email address will not be published. Required fields are marked *

error: Content is protected !!
Open chat
ଜୟ ଜଗନ୍ନାଥ 🙏🏻
ଶ୍ରୀକ୍ଷେତ୍ର ନ୍ୟୁଜକୁ ସ୍ୱାଗତ