କେନ୍ଦୁଝର (ସୀତାରାମ ଦୀକ୍ଷିତ): ଦିନିକିଆ କେନ୍ଦୁଝର ଜିଲ୍ଲା ଗସ୍ତରେ ଆସିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି | ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ଠାରୁ ହେଲିକ୍ୟାପଟର ଯୋଗେ ଆସି ଦିନ ୧୦.୪୦ ଟା ମିନିଟ ସମୟରେ ରିଜର୍ଭ ପୋଲିସ ଗ୍ରାଉଣ୍ଡ ଠାରେ ପହଞ୍ଚି ସେଠାରୁ ଦିନ ୧୧ ଟା ସମୟରେ ହ୍ୟାଣ୍ଡବଲ ଷ୍ଟାଡିୟମ ଯାଇ ସେଠାରେ ଚାଲିଥିବା ୩୯ ତମ ସବ ଜୁନିୟର ବାଳକ ହ୍ୟାଣ୍ଡବଲ ଚମ୍ପିୟାନସିପ ରେ ଯୋଗ ଦେଇଥିଲେ । ତାଙ୍କ ସହ ପାଟଣା ବିଧାୟକ ଡାକ୍ତର ଫକିର ମୋହନ ନାଏକ ଉପସ୍ଥିତ ଥିଲେ I ମୁଖ୍ୟମନ୍ତ୍ରୀଙ୍କୁ ଏଠାରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଜୟ ଜଗନ୍ନାଥ ଜୟ ମା ତାରିଣୀ କହି ଖେଳାଳି ଙ୍କୁ ସମ୍ବୋଧନ କରିଥିଲେ ।
ପରେ ପରେ ହିନ୍ଦିରେ ମଧ୍ୟ ଖେଳାଳୀ ମାନଙ୍କୁ ଅଭିଭାଷଣ ଓ ଶୁଭେଛା ଜଣାଇଥିଲେ | ହ୍ୟାଣ୍ଡବଲ ଖେଳ ପାଇଁ କେନ୍ଦୁଝର ପ୍ରସିଦ୍ଧ ଓ ୧୯୮୦ ରେ ପ୍ରଥମେ ଏଠାରେ ଜାତୀୟ ଜୁନିୟର ହ୍ୟାଣ୍ଡବଲ ପ୍ରତିଯୋଗୀତା ହେଇଥିଲା ଦୀର୍ଘ ୪୫ ବର୍ଷ ପରେ ପୁଣି ଆଜି ଏଠାରେ ଜାତୀୟ ପ୍ରତିଯୋଗିତା ର ସୌଭାଗ୍ୟ ମିଳିଛି ବୋଲି କହିଥିଲେ । ହ୍ୟାଣ୍ଡବଲ ଖେଳ ଆଜି ସମସ୍ତଙ୍କୁ ଏକାଠି କରି ପାରିଛି | ଏହି ଖୋଳ ର ମୂଲ୍ୟବୋଧ କୁ ବୁଝ ଆଗକୁ ବଢ଼ାବା କୁ ଆହ୍ବାନ ଦେଇଥିଲେ | ଏ ସରକାର କ୍ରୀଡା କୁ ପ୍ରାଧାନ୍ୟ ଦଉଛନ୍ତି । କ୍ରୀଡା କୁ ଜୀବନ ର ଏକ ଅବିଚ୍ଛେଦ୍ୟ ଅଙ୍ଗ ଭାବରେ ଗଢ଼ି ତୋଳିବାକୁ ପ୍ରତି ବ୍ଳକ ରେ ମଧ୍ୟ ଖେଳ କୁ ଗୁରୁତ୍ଵ ଦିଆଯାଉଛି । ପ୍ରତି ବ୍ଲକ ରେ ଖେଳ ପଡିଆ ଓ ପଞ୍ଚାୟତ ରେ ମିନି ଷ୍ଟାଡିୟମରେ ହେବ ଓ ଗୋଟିଏ ଗୋଟିଏ ଇନଡୋର ଷ୍ଟାଡିୟମ ମଧ୍ୟ ହେବ ।
୧୪ ଟି ଇନଡୋର ସୁଇମିଂ ପୁଲ , ତୀରନ୍ଦାଜ ଉନ୍ନତି ପାଇଁ ମଧ୍ୟ ବ୍ୟବସ୍ଥା କରାଯାଉଛି । ଏ କେନ୍ଦୁଝର ର ହଣ୍ଡବଲ ପଡିଆ ଏସିଆ ମହାଦେଶର ପ୍ରଥମ ସିସ୍ଥେଟିକ ପଡ଼ିଆ | ଆମ ସରକାର ଖେଳ ସହ ରାଜ୍ୟ ର ବିକାଶ ପାଇଁ ଗୁରୁତ୍ଵ ଦେଉଛନ୍ତି | ହ୍ୟାଣ୍ଡବଲ ର ଆହୁରୀ ଉନ୍ନତି ସହ ଅନ୍ତର୍ଜାତୀୟ ସ୍ଥର ର ଖେଳାଳୀ ପ୍ରସ୍ତୁତ ପାଇଁ ଯାହା ଦରକାର ସରକାର ପ୍ରଦାନ କରିବେ ଏବଂ ସହ ଆସି ଆଲୋଚନା କରି ପାରିବେ ବୋଲି ଆହ୍ୱାନ ଦେଇଥିଲେ । ଏଥି ସହ ରାଜ୍ୟ ରୁ ପ୍ରଥମ ଥର ପାଇଁ ଭାରତ ର ଜୁନିୟର ଟିମ ର ଯୁଗ୍ମ ପ୍ରଶିକ୍ଷକ ଭାବେ ନିଯୁକ୍ତି ପାଇଥିବା ପ୍ରଣୟ କୁମାର ପାଣି ଙ୍କୁ ଷ୍ଟେଜ କୁ ଡାକି ସମ୍ବର୍ଦ୍ଧିତ କରିଥିଲେ