ସିଦ୍ଧାର୍ଥ ଡିଗ୍ରୀ କଲେଜରେ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ) – ସାରା ରାଜ୍ୟରେ ଏପ୍ରିଲ ୧ରୁ୧୪ତାରିଖ ପର୍ଯ୍ୟନ୍ତ ଓଡ଼ିଆ ପକ୍ଷ ପାଳନ କରାଯାଉଛି।ଏହି ପରିପ୍ରେକ୍ଷୀରେ ବିନିକା ସ୍ଥିତ ସିଦ୍ଧାର୍ଥ ଡିଗ୍ରୀ କଲେଜରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । କଲେଜର ଯୁବ ରେଡକ୍ରସ ବିଭାଗ,ରେଡ ରିବିନ କ୍ଲବ ଏବଂ ଜାତୀୟ ସେବା ଯୋଜନାର ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ଏହି ଶିବିରକୁ କଲେଜ ଅଧ୍ୟକ୍ଷ ଡ଼ ଧୀରେନ୍ଦ୍ର କୁମାର ନାୟକ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।ଯୁବ ରେଡକ୍ରସ ସୁବର୍ଣ୍ଣପୁର ଜିଲ୍ଲା ସଂଯୋଜକ ତଥା ଅର୍ଥନୀତି ଅଧ୍ୟାପକ ବିଶ୍ଵନାଥ ମିଶ୍ରଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ଶିବିରରେ ଛାତ୍ରଛାତ୍ରୀ ମିଶି ମୋଟ ୧୮ଜଣ ସ୍ଵେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ।ସୁବର୍ଣ୍ଣପୁର ରକ୍ତ ଭଣ୍ଡାରରୁ ଡ଼ ମନୋଜ କୁମାର ପ୍ରଧାନ,ଜଗତ ଦରୱାନ, ସୁଦାମ ବିଶ୍ଵାଳ,ଯୁଧିଷ୍ଟିର ନାଏକ,ଟଙ୍କଧର କୁଁଅର ଯୋଗଦେଇ ରକ୍ତ ସଂଗ୍ରହ କରିଥିଲେ ।

ଆବଶ୍ୟକ ସ୍ଥଳେ ଯଦି ଜଣେ ମୂମୂର୍ଷୁ ବ୍ୟକ୍ତି ଜୀବନ ବଞ୍ଚାଇବା ପାଇଁ ଡାକ୍ତରଖାନାରେ ଚିକିତ୍ସାଧୀନ ରହିଛି ଓ ତାକୁ ରକ୍ତ ଦରକାର ପଡୁଛି ସେହି ସମୟରେ ଏହି ରକ୍ତ କିମ୍ବା ରକ୍ତର ନମୁନା ଅନୁଯାୟୀ ଚିହ୍ନଟ ବ୍ୟକ୍ତି ସିଧାସଳଖ ତାକୁ ରକ୍ତଦାନ କରି ପାରିଲେ ସେହି ପୁଣ୍ୟ ଭଗବାନଙ୍କ ବରଦାନ ସଦୃଶ ବୋଲି ଯୁବ ରେଡକ୍ରସ ସଂଯୋଜକ ବିଶ୍ଵନାଥ ମିଶ୍ର ସ୍ଵେଚ୍ଛାସେବୀ ମାନଙ୍କୁ ଆହ୍ଵାନ କରିଛନ୍ତି ।ଅନୁଷ୍ଠିତ ଏହି ଶିବିର ପରିଚାଳନାରେ କଲେଜ ରେଡକ୍ରସ ବିଭାଗ ଓ ଜାତୀୟ ସେବା ଯୋଜନାର ସ୍ଵେଚ୍ଛାସେବୀ ଉପସ୍ଥିତ ରହି ସହଯୋଗ କରି ସଫଳ କରିଥିବାରୁ ଏନ ଏସ ଏସ ପ୍ରୋଗ୍ରାମ ଅଫିସର ହରିଶ୍ଚନ୍ଦ୍ର ହୋତା ସମସ୍ତଙ୍କୁ ପ୍ରଶଂସା କରିଥିଲେ ।ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ

Leave a Reply

Your email address will not be published. Required fields are marked *

error: Content is protected !!