ଭୁବନେଶ୍ୱର (ସମୀର ରଞ୍ଜନ ନାୟକ )କିଛି ଦିନ ତଳେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଥିଲା ଯାତ୍ରା ମାଲିକ ଏବଂ ଯାତ୍ରା କଳାକାରଙ୍କ କଳି । ଚଳିତ ଯାତ୍ରା ସିଜିନରେ ବିବାଦ ଚରମ ସୀମାରେ ପହଞ୍ଚିବା ପରେ ଏହା ଗଣମାଧ୍ୟମର ଶିରୋନାମା ପାଲଟିଥିଲା । ଏମିତିକି କିଛି ଦିନ ତଳେ ବିବାଦ ପରେ ଜଣେ ହାସ୍ୟ ଅଭିନେତାଙ୍କୁ ଯାତ୍ରା ମାଲିକ ସଂଘ ତରଫରୁ ବ୍ୟାନ୍ କରାଯାଇଛି ।ଯାତ୍ରା ପାର୍ଟି ବିବାଦ । ମାଲିକଙ୍କୁ ଅଗ୍ରୀମ ଟଙ୍କା ଫେରାଇଲେ ପୀୟୂଷ ତ୍ରିପାଠୀ । ଦୁଇ ଯାତ୍ରା ପାର୍ଟି ମାଲିକଙ୍କୁ ଟଙ୍କା ଫେରାଇଥିବା କହିଲେ ପୀୟୂଷ ।ସୂର୍ଯ୍ୟ ମନ୍ଦିର ଓ ସିଂହବାହିନୀ ମାଲିକଙ୍କୁ ଅଗ୍ରୀମ ଟଙ୍କା ଫେରାଇଲି । ଛୋଟ କଥାରୁ ବିବାଦ ହେଲା, ଆଶା କରୁଛି ଏହାର ଅନ୍ତ ହେଲା । ସ୍ବାସ୍ଥ୍ୟଗତ ଓ ପାରିବାରିକ ସମସ୍ୟା ଯୋଗୁଁ ବର୍ଷେ ଯାତ୍ରା କରିବିନି । ବିଶ୍ରାମ ପରେ ଦର୍ଶକଙ୍କୁ ଭରପୂର ମନୋରଞ୍ଜନ କରିବି କହିଲେ ପୀୟୂଷ । ଗାଡ଼ି ମୋ ପାଖରେ ରହିବ, EMI ମୁଁ ଦେବି ବୋଲି କହିଲେ ପୀୟୂଷ