କିଶୋରୀ ବାଳିକା ଆଲୋଚନା ଚକ୍ର

ଗଞ୍ଜାମ/ବୁଗୁଡ଼ା(ସୋରେନ କୁମାର ପ୍ରଧାନ):ବୁଗୁଡ଼ା ବ୍ଲକ ଅନ୍ତର୍ଗତ ପୋଚାଲୁଣ୍ଡି ମା କାଳୀ କୃଷକ ବିଦ୍ୟାପୀଠ ରେ ଏକ ” କିଶୋରୀ ବାଳିକା ଶିକ୍ଷା ଆଲୋଚନା ଚକ୍ର ” ବିଦ୍ୟାଳୟ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି | ପ୍ରଧାନ ଶିକ୍ଷକ ରମାରଞ୍ଜନ ମିଶ୍ରଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରରେ ବୁଗୁଡ଼ା ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ପଦାରବିନ୍ଦ ଷଢଙ୍ଗୀ ଓ ଡାକ୍ତର ଶ୍ରୀମତୀ ଚିନ୍ମୟୀ ସାମନ୍ତରା ସମ୍ବଳ ବ୍ୟକ୍ତି ରୂପେ ଯୋଗଦେଇ କିଶୋରୀ ବାଳିକାଙ୍କ ଶିକ୍ଷା ଓ ସଚେତନତା ସମ୍ପର୍କରେ ସୂଚନା ପ୍ରଦାନ ସହ ଏମାନଙ୍କ ବୌଦ୍ଧିକ, ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ | ଏଥିରେ ପଚାଶ ଜଣ କିଶୋରି ଯୋଗଦାନ କରି ସ୍ୱକୀୟ ଅନୁଭୂତି ପ୍ରଦାନ କରିଥିଲେ | ଏଥିରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ |

Leave a Reply

Your email address will not be published. Required fields are marked *

error: Content is protected !!
Open chat
ଜୟ ଜଗନ୍ନାଥ 🙏🏻
ଶ୍ରୀକ୍ଷେତ୍ର ନ୍ୟୁଜକୁ ସ୍ୱାଗତ