ସୋନପୁର ର ବିଶିଷ୍ଟ ସୂପକାର ରମେଶ ମିଶ୍ର (ବାଦୁ) ଙ୍କ ନିଧନ

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ): ସୋନପୁର କଲେଜ୍ ର ପ୍ରାକ୍ତନ ଚତୁର୍ଥ ଶ୍ରେଣୀ କର୍ମଚାରୀ ରମେଶ ପ୍ରସାଦ ମିଶ୍ର (ବାଦୁ ) ୬୮ ବର୍ଷ ଙ୍କ ଗତ କାଲି ଶାନ୍ତି ନଗର ସ୍ଥିତ ବାସ ଭବନ ରେ ରାତି ୧୧ ଟା ରେ ପରଲୋକ ଘଟିଛି । ଏ ଖବର ପ୍ରସାରିତ ହେବା ପରେ ନିଜ ଜନ୍ମମାଟି ବୌଦ୍ଧ ଜିଲ୍ଲା ବୁକୁରା ମୁଣ୍ଡା ଗାଁ ଓ ସୋନପୁର ସହର ରେ ଶୋକ ର ଛାୟା ଖେଳି ଯାଇଛି l ଅଶୀ ଦଶକ ରେ ଜଣେ ପ୍ରସିଦ୍ଧ ସୂପକାର ଭାବ ରେ ସେ ଜିଲ୍ଲା ତଥା ଅନ୍ୟାନ୍ୟ ଜିଲ୍ଲା ରେ ସେ ପ୍ରତିଷ୍ଠା ଲାଭ କରି ଥିଲେ । ଶ୍ରୀ ମିଶ୍ର ତାଙ୍କ ଗାଁ ରେ ଗରିବ ଲୋକ ଙ୍କ ଶବ ସଂସ୍କାର ପାଇଁ ମାଗଣା ରେ କାଠ ସାମଗ୍ରୀ ଯୋଗାଇ ଅନେକ ସେବା କାର୍ଯ୍ଯ କରି ଆସିଥିବା ବେଳେ ଗତ ନିର୍ବାଚନ ରେ କଣ୍ଟାମାଳ ୩ ନମ୍ୱର୍ ଜୋନ ରେ ଜିଲ୍ଲା ପରିଷଦ ବିଜେପି ପ୍ରାର୍ଥୀ ଭାବେ ନିର୍ବାଚନ ଲଢି ଥିଲେ ଓ ସୋନପୁରରେ ମଧ୍ୟ ଯୋଗଳୟ ସମେତ ବିଭିନ୍ନ ସଂଗଠନ ସହିତ ସାମିଲ ରହି ସେ ଖୁବ୍ ପରିଚିତ ଥିଲେ ଶ୍ରୀ ମିଶ୍ର l

ତାଙ୍କ ମିଷ୍ଟ ଭାଷା ଓ ବ୍ୟବହାର ସମସ୍ତ ଙ୍କୁ ଆକୃଷ୍ଟ କରିଥିଲା l ଗତ କାଲି ସକାଳୁ ଭୁବନେଶ୍ବର ର ଏକ ଘୋରୋଇ ମେଡିକାଲ ରୁ ସୋନପୁର ବାସ ଭବନ କୁ ଆଣିବା ପରେ ପରେ ଲୋକରଣ୍ୟ ହୋଇ ଯାଇଥିଲା l ପୁଅ ଝିଅ ନାତି ନାତୁଣୀ ସମ୍ପର୍କୀୟ ଲୋକେ ମୃତ୍ୟୁ ବେଳେ ଉପସ୍ଥିତ ଥିବା ବେଳେ ଜିଲ୍ଲାର ଅନେକ ମାନ୍ୟ ଗଣ୍ୟ ବ୍ୟକ୍ତି ଓ ବନ୍ଧୁ ପରିବାର ତାଙ୍କ ଅନ୍ତିମ ଦର୍ଶନ କରିଥିଲେ । ଏହି ଶୋକ ଖବର ବ୍ୟାପିବା ପରେ ବରିଷ୍ଟ ନାଗରିକ ସଂଘ, କଲେଜ୍ ଅଧ୍ୟାପକ ସଂଘ, ଜିଲ୍ଲା ବ୍ୟବସାୟୀ ସଂଘ, ପତଞ୍ଜଳୀ ଯୋଗ ସମିତି, ଦିବ୍ୟ ଊର୍ଯ୍ଯl ଯୋଗ ସେବା ସମିତି, ଶ୍ରୀ ଗୋପାଳ ଜୀ ଯୋଗାଳୟ, ସ୍ଵଚ୍ଛ ଭାରତ ସଂଗଠନ ସୋନପୁର ମନମୁଣ୍ଡା ସମେତ ଅନେକ ସାମାଜିକ ଅନୁଷ୍ଠାନ ଅନ୍ତିମ ସଂସ୍କାର ରେ ଯୋଗ ଦେଇ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରି ଛନ୍ତି।

ଶ୍ରୀ ରାମେଶ୍ବର ଶୈବ ପୀଠ ଶ୍ମଶାନ ଘାଟ ରେ ସ୍ୱର୍ଗୀୟ ମିଶ୍ର ଙ୍କ ଅନ୍ତିମ ସଂସ୍କାର କରାଯାଇଥିବା ବେଳେ ବଡ ପୁଅ ସତ୍ୟବାନ ମିଶ୍ର ପିତା ଙ୍କୁ ମୁଖାଗ୍ନୀ ଦେଇଥିଲେ , ସଚିନ ମିଶ୍ର ଓ ଶକୁନ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଗୋପାଲ୍ଜି ଯୋଗଳୟ ଓ ଫରେଷ୍ଟ ପାର୍କ ଠାରେ ଯୋଗ ସମିତି ପକ୍ଷରୁ ଶ୍ରୀ ମିଶ୍ର ଙ୍କ ବିୟୋଗ ରେ ଆଜି ସକାଳେ ଶୋକ ସଭା ପାଳନ କରାଯାଇ ସ୍ୱର୍ଗୀୟ ଆତ୍ମା ଙ୍କ ଅମର ଆତ୍ମା ର ସଦ ଗତି କାମନା କରିଥିଲେ l

Leave a Reply

Your email address will not be published. Required fields are marked *

error: Content is protected !!
Open chat
ଜୟ ଜଗନ୍ନାଥ 🙏🏻
ଶ୍ରୀକ୍ଷେତ୍ର ନ୍ୟୁଜକୁ ସ୍ୱାଗତ