କୁଲାଡ଼ ରେ ୨୭ତମ ମଙ୍ଗଳା ମୋହତ୍ସବ

ଅନୁଗୋଳ/କୁଲାଡ଼(ଅଜିତ କୁମାର ଭୋଇ): କୁଲାଡ଼ର ଅଧିଷ୍ଠାତ୍ରୀ ଦେବି ମା ମଙ୍ଗଳା ଙ୍କର 27ତମ ମୋହତ୍ସବ ଅନୁଷ୍ଠିତ ହୋଇ ଅଛି, ଏଥିରେ କୁଲାଡ଼ ଗ୍ରାମର ସମସ୍ତ ଯୁବ ବର୍ଗ ଙ୍କୁ ନେଇକି ଆୟୋଜନ କରାଯାଇଥଏ, ବହୁ ଦୂର ଦୁରାନ୍ତ ରୁ ଭକ୍ତ ଆସି ମା ଙ୍କର ଆଶୀର୍ବାଦ ଭିକ୍ଷା ଲାଭ କରି ଥାନ୍ତି, ଏଥିରେ ମା ଙ୍କର ରୀତିନୀତି ଅନୁସାରେ ପୂଜା ପାଠ ହୋଇଥାଏ, ଏବଂ ମା ଙ୍କୁ ଗ୍ରାମ ପରିକ୍ରମା କରି ବାଜାବାଣ, ଘଣ୍ଟ ନୃତ୍ୟ. ଲଉଡ଼ି, ସାଉଣ୍ଡ ଲଗେଇ ମା ଙ୍କର ମେଳଣ କରାଯାଇଥିଲା, ଏବଂ ରାତିରେ ସାଂସ୍କୃତିକ କାର୍ଯ୍ୟକ୍ରମ କୁମାରେସ୍ୱର (ବାଲେଶ୍ୱର )ଅପେରା ତରଫରୁ ନାଟ୍ୟ ପରିବେଷଣ କରା ଯାଇଥିଲା,

ଆଜିର ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ତାଳଚେର ବିଧାୟକ ଶ୍ରୀ ବ୍ରଜକିଶୋର ପ୍ରଧାନ ଉପସ୍ଥିତ ଥିବା ବେଳେ ଅନୁଗୋଳର ପୂର୍ବତନ ମନ୍ତ୍ରୀ ବିଧାୟକ ଶ୍ରୀ ରଜନୀକାନ୍ତ ସିଂ, ବିଶିଷ୍ଟ ସମାଜ ସେବି ଶ୍ରୀ ମହେଶ ଧଳ, ଠିକାଦାର ସଙ୍ଘ ସଭାପତି ବିପ୍ଳବ ଜେନା, ଦେଙ୍କନାଳ ସାଂସଦ ପ୍ରାଥୀ ଶ୍ରୀ ଅଭିନାଶ ସାମଲ ଙ୍କ ପ୍ରତିନିଧି ଶ୍ରୀ ବିନୋଦ ସାହୁ, ଟ୍ରକ ମାଲିକ ସଙ୍ଘ ସଭାପତି ମନୋରଞ୍ଜନ ଜେନା, ସାଧାରଣ ସମ୍ପାଦକ ରାଜୀବ ଜେନା, ବରିଷ୍ଟ ସମାଜ ସେବିକା ଶ୍ରୀମତୀ ପଦ୍ମାଖୀ ସିଂ, ସରପଞ୍ଚ ଉଷାରାଣି ସ୍ୱାଇଁ, ସମିତି ସଭ୍ୟା ପ୍ରିୟମ୍ବଦା ଧୀର, ଗ୍ରାମ କମିଟି ସଭାପତି ଅଶୋକ ବିଶୋଇ, ଅନୁଷ୍ଠାନ ସଭାପତି ପ୍ରକାଶ ବେହେରା, ସମ୍ପାଦକ ଗୁରୁଚରଣ ସେଠ ଥିଲେ, ଅନୁଷ୍ଠାନ କାର୍ଯ୍ୟକର୍ତା ଙ୍କ ତରଫରୁ ସର୍ବ ପ୍ରଥମେ ଅତିଥି ମାନଙ୍କୁ ପୁଷ୍ପ ଗୁଛଏବଂ ଉତ୍ତରୀୟ ଦେଇ ସମ୍ବର୍ଦ୍ଧନା କରା ଯାଇଥିଲା ଏବଂ ପ୍ରଦୀପ ପ୍ରଜ୍ବଳନ କରି ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା,

ଅନୁଷ୍ଠାନର ସଭାପତି ଶ୍ରୀ ପ୍ରକାଶ ବେହେରା ମଞ୍ଚ ପରିଚାଳନା କରିଥିଲା ବେଳେ ଅନୁଷ୍ଠାନ କାର୍ଯ୍ୟକର୍ତା ନଗେନ ସାହୁ, ସୁଶାନ୍ତ ସାହୁ, ପିଣ୍ଟୁ ମହାପାତ୍ର, ବିଜୟ ସେଠ, ଟୁନା ଜେନା, ମାନସ ମହାପାତ୍ର, ପୁର୍ଣ ସାହୁ, ନରୋତ୍ତମ ଜେନା, ପ୍ରଫୁଲ ସେଠ, ସମ୍ରାଟ ଜେନା, ସିପୁନ ସେଠ, ରିଙ୍କୁନ ଜେନା ସାହାଯ୍ୟ ସହଯୋଗ କରିଥିଲେ, ଶେଷରେ ଅନୁଷ୍ଠାନର ପୂଜକ ଶ୍ରୀଚନ୍ଦ୍ରମଣୀ ମହାପାତ୍ର ମା ଙ୍କର ମନ୍ତ୍ର ପାଠ କରି ହରି ବୋଲ ହୁଳହୁଳି ଦେଇ ସଭା ସାଙ୍ଗ ହୋଇଥିଲା !ଅନୁଗୋଳ ରୁ ଅଜିତ୍ କୁମାର ଭୋଇ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *

error: Content is protected !!
Open chat
ଜୟ ଜଗନ୍ନାଥ 🙏🏻
ଶ୍ରୀକ୍ଷେତ୍ର ନ୍ୟୁଜକୁ ସ୍ୱାଗତ