INTUC ରାଜ୍ୟ ଯୁବ ଶାଖା ସଭାପତିର ମଙ୍ଗ ଧରିଲେ ପ୍ରକାଶ ବେହେରା

ଅନୁଗୋଳ (ଅଜିତ କୁମାର ଭୋଇ): ରାଷ୍ଟ୍ରୀୟ ମଜଦୂର କଂଗ୍ରେସର ସଭାପତି ତଥା ଜାତୀୟ ଉପସଭାପତି ଡ଼ ରାମ ଚନ୍ଦ୍ର ଖୁଣ୍ଟିଆ ବିଧିମତ ଭାବେ (ଯୁବ )ଶାଖା ଓଡିଶାର ସଭାପତି ଶ୍ରୀ ପ୍ରକାଶ ବେହେରା ଙ୍କୁ ଘୋଷଣା କରିଛନ୍ତି, ଏହା ପୂର୍ବ ରୁ ଶ୍ରୀ ବେହେରା ସାଧାରଣ ସମ୍ପାଦକ ଭାବେ କାର୍ଯ୍ୟ ତୁଳାଉ ଥିବା ବେଳେ ନାଲକୋ ଏମ୍ପଲୋୟିଜ ସଙ୍ଘର ସାଙ୍ଗଠନିକ ସମ୍ପାଦକ ଏବଂ ଜିଲ୍ଲାର ଅନେକ ଗୁଡିଏ ଅନୁଷ୍ଠାନରେ ଗୁରୁତ୍ୱ ପୁର୍ଣ ପଦ ପଦବୀ ରେ ରହି ଆସି ନିଜର ଭୂମିକା ତୁଳାଉଛନ୍ତି, ବର୍ତମାନ ଶ୍ରୀ ବେହେରା ନବରତ୍ନ କମ୍ପାନୀ ନାଲକୋରେ କାର୍ଯ୍ୟରତ କରି ଆସୁଛନ୍ତି, କର୍ମମୟ ଜୀବନରେ ସହ କର୍ମୀ କର୍ମଚାରୀ ଏବଂ ଠିକା କର୍ମଚାରୀ ଙ୍କ ସୁବିଧା ଅସୁବିଧା ସମୟରେ ନିଜକୁ ସବୁବେଳେ ନିୟୋଜିତ କରିଥାନ୍ତି,ଏ ସବୁ କାର୍ଯ୍ୟକଳାପକୁ ଆଖି ଆଗରେ ରଖି ରାଜ୍ୟ ସଭାପତି ଡ଼ ଖୁଣ୍ଟିଆ ଏହି ଗୁରୁ ଦାଇତ୍ୱ ବହନ କରିଛନ୍ତି।

ଏହି ଅବସରରେ ଶ୍ରୀ ବେହେରା ରାଷ୍ଟୀୟ ମଜଦୂର କଂଗ୍ରେସରର ଜାତୀୟ ସଭାପତି ଡ଼ ସଂଜୀବା ରେଡି, ଜାତୀୟ ସାଧାରଣ ସମ୍ପାଦକ ଶ୍ରୀ ସଞ୍ଜୟ କୁମାର ସିଂ, ଯୁବ ଜାତୀୟ ସଭାପତି ଶ୍ରୀ ସଞ୍ଜୟ ଗାଭା, ଉପସଭାପତି ମଦନ ମୋହନ ଧଳ, ଦେବାଶିଷ ଘୋଷ, ପ୍ରଶାନ୍ତ ମହାପାତ୍ର, ସାଧାରଣ ସମ୍ପାଦକ ଶ୍ରୀ କିଶୋର ଚନ୍ଦ୍ର ଜେନା, ଶ୍ରୀ ସୌଭାଗ୍ୟ ପ୍ରଧାନ, ଶ୍ରୀ ପ୍ରଶାନ୍ତ ବେହେରା ଯୁଗ୍ମ ସାଧାରଣ ସମ୍ପାଦକ ଶ୍ରୀ ନିର୍ମଳ କୁମାର ସାମଲ, ଶ୍ରୀ ସତ୍ୟବ୍ରତ ନାୟକଙ୍କ ସହିତ ନାଲକୋ ଶ୍ରମିକ କଂଗ୍ରେସ ୟୁନିଅନ ର ସାଧାରଣ ସମ୍ପାଦକ ଶ୍ରୀ ବିଭବ କୁମାର ଜେନା, ନାଲକୋ ଏମ୍ପଲୋୟିଜ ସଙ୍ଘର ସାଧାରଣ ସମ୍ପାଦକ ଶ୍ରୀ ରଂଜିତ ସାହୁ, ନାଲକୋ ଏମ୍ପଲୋୟିଜ ଫରମ ର ସାଧାରଣ ସମ୍ପାଦକ ଶ୍ରୀ ପ୍ରଦୀପ କୁମାର ଦାସ,ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ବିଷ୍ଣୁ ମୋହନ ରଥ, ଜିଲ୍ଲା ସଭାପତି ଶ୍ରୀ ଦିଗାମ୍ବର ଗଡ଼ନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି, ଏହି ଅବସରରେ ଓଡିଶାର ବିଭୂର୍ଣ ଶ୍ରମିକ ସଂଗଠନ ତରଫରୁ ଶ୍ରୀ ବେହେରାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଉଛନ୍ତି !ଅଜିତ୍ କୁମାର ଭୋଇ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *

error: Content is protected !!