୧୫ ବର୍ଷ ରୁ କମ ଇଣ୍ଟର କ୍ଲବ୍ ଫୁଟବଲ୍ ଚାମ୍ପିଅନସିପ – ୨୦୨୫

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ): ସୁବର୍ଣ୍ଣପୁର ଗାନ୍ଧୀ ଷ୍ଟାଡିୟମ ରେ ୧୫ ବର୍ଷ ରୁ କମ ଇଣ୍ଟର କ୍ଳବ୍ ଜିଲ୍ଲା ସ୍ତରୀୟ ଫୁଟବଲ୍ ଚମ୍ପିଅନସିପ ୨୦୨୫ ର ସପ୍ତମ ଦିବସ ଗ୍ରୁପ ବି ରେ ତିନି ଗୋଟି ମ୍ୟାଚ ଅନୁଷ୍ଟିତ ହୋଇ ଯାଇଛି l ଆଜିର ବିଜେତା ଦଳ ଆସନ୍ତା କାଲି ସେମି ଫାଇନାଲ ଖେଳିବେ l ସୁବର୍ଣ୍ଣପୁର ଜିଲ୍ଲା କ୍ରିଡ଼ା ସଂଘ, ଫୁଟବଲ୍ ଆସୋସିଏସନ୍ ଓଡିଶା, ଯୁବ କ୍ରୀଡା ବିଭାଗ ଓଡ଼ିଶା ସରକାର ମିଳିତ ସହଯୋଗ ରେ ଅନୁଷ୍ଟିତ ଆଜିର ଏହି ଟର୍ଣ୍ଣlମେଣ୍ଟ କୁ ମୁଖ୍ୟ ଅତିଥି ଭାବରେ କଟକ ସ୍ପୋର୍ଟସ ହଷ୍ଟେଲ ଇନଚାର୍ଜ ତଥା ଅଣ୍ଡର ଫିଫ୍ଟିନ୍ ସିଲେକ୍ଟର ଗଙ୍ଗାଧର ବେହେରା, ସମ୍ମାନିତ ଅତିଥି ଭାବରେ ଜିଲ୍ଲା କ୍ରିଡ଼ା ଅଧିକାରୀ ଚିତ୍ତ ରଞ୍ଜନ ମିଶ୍ର , ସ୍ବଚ୍ଛ ଭାରତ ସଙ୍ଗଠନ ସୋନପୁର ମନମୁଣ୍ଡା ର ଉପ ସଭାନେତ୍ରୀ ଇନ୍ଦୁ ମତି ପୁରୋହିତ, ଟ୍ରାକ୍ଟର ଏସୋସିଏସନ୍ ର ଉପଦେଷ୍ଟା ବୈକୁଣ୍ଠ ଶତପଥି, ଯୁବ ସାମ୍ୱାଦିକ ତଥା ୱେବ୍ ମିଡିଆ ସଂଘ ସଭାପତି ପୀତାମ୍ବର ମହାପାତ୍ର, ଓଡ଼ିଶା ସାମ୍ୱାଦିକ ସଂଘ ରାଜ୍ୟ ସାଂଗଠାନିକ ସଂପାଦକ ରାଜ କିଶୋର ତ୍ରୀପାଠୀ , ଡ୍ରାମା ଆର୍ଟିଷ୍ଟ୍ ତଥା ଡାଇରେକ୍ଟର ହରିହର ପଧାନ , କଳା ସଂସ୍କୃତି ଗବେଷକ ଚୌଧୁରୀ ବିଭାର ଯୋଗଦେଇ ମ୍ୟାଚ୍ କୁ ଉଦ୍ଘାଟନ କରି ଖେଳାଳୀ ଙ୍କୁ ପୁରସ୍କୃତ କରିଥିଲେ l

ଜିଲ୍ଲା ର ସମସ୍ତ ବ୍ଳକ୍ ରୁ ୧୦ ଗୋଟି ଫୁଟବଲ୍ ଦଳ ଏଥିରେ ଭାଗ ନେଇ ଥିବା ବେଳେ ଆଜି ର ପ୍ରଥମ ମ୍ୟାଚ୍ ନାରାୟଣପୁର ଓ ରାମ ଧୂନକ୍ଲବ୍ (ସି ) ମଧ୍ୟରେ ଅନୁଷ୍ଟିତ ହୋଇଥିବା ବେଳେ ମା ଚର୍ଦ୍ଦେଇ କ୍ଲବ୍ ଚର୍ଦା ଓ ରାମଧୂନ୍ କ୍ଳବ୍ (ଏ ) ମଧ୍ୟରେ ଦ୍ଵିତୀୟ ମ୍ୟାଚ ,ଏବଂ ରାମଧୂନ୍ କ୍ଲବ୍ (ଡି) ଓ ବି ଏମ୍ ପୁର ଇଲେଭେନ୍ ମଧ୍ୟ ରେ ତୃତୀୟ ମ୍ୟାଚ ଅନୁଷ୍ଠିତ ହୋଇ ଥିଲା l ପ୍ରଥମ ମ୍ୟାଚ୍ ଅମିମାଂସିତ ହୋଇ ଥିବା ବେଳେ ଦ୍ଵିତୀୟ ମ୍ୟାଚ୍ ରେ ୨-୦ ଗୋଲ ରେ ଚର୍ଦା ଦଳ ଓ ତୃତୀୟ ମ୍ୟାଚ ମଧ୍ୟ ୦-୦ ଗୋଲ ରେ ଅମିମାଂସିତ ରହିଛି l ସମସ୍ତ ମ୍ୟାଚ କୁ ମ୍ୟାଚ୍ କମିସନର ଭାବେ ଜିତେନ୍ଦ୍ର ଥନାପତି, ମୁଖ୍ୟ ରେଫରୀ ଭାବେ ସାନୁଜ ବିଶ୍ଵାଳ, ଫୋର୍ଥ ଅଫିସିଆଲ୍ ଭାବେ ସଞ୍ଜୀବ ସାହୁ , ସହଯୋଗି ରେଫରି ଭାବେ ପ୍ରଶାନ୍ତ ସେଠି, ନରେଶ ମାଝୀ , ରାଜେଶ ଥନlପତି, ଅନିଲ ଭୋଇ ଅନିତା ମହାନନ୍ଦ ଖେଳ ପରି ଚାଳନା ରେ ସହଯୋଗ କରିଥିଲେ l

ଜିଲ୍ଲା କ୍ରିଡ଼ା ସଂଘ ସଂପାଦକ ପୀୟୂଷ ପଣ୍ଡା ଙ୍କ ତତ୍ୱାଵଧାନରେ ଅନୁଷ୍ଟିତ ଏହି ଖେଳ ରେ ବିକାଶ ପଣ୍ଡା, ସନ୍ତୋଷ ପାଢ଼ୀ ଙ୍କ ସମେତ ଚନ୍ଦନ , ରଂଜୁ, ଅନିଲ, ଶିବ, ଚାହଦ, ରବି, ଚୈତ୍ୟନ୍ୟ, କିରଣ, ସଦା, ପୁରେନ, କଲିମ ପ୍ରମୁଖ ରାମଧୂନ୍ କ୍ଲବ୍ ଓ ଜିଲ୍ଲା କ୍ରୀଡ଼ା ସଂଘ ର ସମସ୍ତ ସଦସ୍ୟ ସହଯୋଗ କରିଥିଲେ l

Leave a Reply

Your email address will not be published. Required fields are marked *

error: Content is protected !!
Open chat
ଜୟ ଜଗନ୍ନାଥ 🙏🏻
ଶ୍ରୀକ୍ଷେତ୍ର ନ୍ୟୁଜକୁ ସ୍ୱାଗତ