ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ): ସମାଜ ର ଦଳିତ ନିଷ୍ପେସିତ ଲୋକ ଙ୍କ ଅଧିକାର ସମ୍ପର୍କରେ ସଚେତନ କରାଇ ସେମାନଙ୍କ ଅଧିକାର କୁ କ୍ଷୁର୍ଣ୍ଣ କରୁଥିବା ଅନୁଷ୍ଠାନ ଓ ବ୍ୟକ୍ତି ବିରୁଦ୍ଧ ରେ ଲଢେଇ କରି ତାଙ୍କୁ ହକ ଦେବା ପାଇଁ ସୁବର୍ଣ୍ଣପୁର ଜିଲ୍ଲା ମାନବ ଅଧିକାର ସାମ୍ବୁଖ୍ୟ ପକ୍ଷରୁ ଜିଲ୍ଲା ସଭାପତି ଦୁଃଖୀରାମ ନାଏକ ଙ୍କ ସଭାପତିତ୍ୱ ରେ ସୋନପୁର ସା ଗେଷ୍ଟ ହାଉସ ର ସଭା ଗୃହ ରେ ସୁବର୍ଣ୍ଣପୁର , ବୌଦ୍ଧ, ବଲାଂଗୀର ଓ ସମ୍ବଲପୁର ଜିଲ୍ଲା ର ମଣ୍ଡଳ ସ୍ତରୀୟ ମାନବ ଅଧିକାର କର୍ମୀ ମାନଙ୍କ ର ଏକ କର୍ମ ଶlଳା ଅନୁଷ୍ଟିତ ହୋଇଥିଲା l
ମାନବ ସେବା ହିଁ ମାଧବ ସେବା ମନ୍ତ୍ର ରେ ଦୀକ୍ଷିତ ହେବାକୁ ମଞ୍ଚାସିନ ଅତିଥି ଭାବରେ ପରାମର୍ଶ କରିଥିଲେ ଓ ଅବହେଳିତ ଲୋକ ଙ୍କ ଅଧିକାର ହାସଲ କରି ଏକ ସୁସ୍ଥ ଜୀବନ ଯାପନ କରିବାକୁ ପରାମର୍ଶ କରିଥିଲେ l ମାନବ ଅଧିକାର ସାମ୍ବୁଖ୍ୟ ର ସଭlପତି ଦୁଃଖୀରାମ ନାଏକ ଙ୍କ ସଭାପତିତ୍ବ ରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମ ରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ରମେଶ ଭାରତୀ, ରାଷ୍ଟ୍ରୀୟ ଉପା ଧ୍ୟକ୍ଷ ତପନ ପତି, ଜିଲ୍ଲା ଓକିଲ ସଂଘ ସଭାପତି ପ୍ରତାପ ପୁରୋହିତ, ବକ୍ତା ଡ଼ଃ ସରସ୍ଵତୀ ଦାଶ, ଆଇନ ପରାମର୍ଶ ଦାତା ପ୍ରଦୀପ ପୁରୋହିତ, ସଂପାଦକ ସଞ୍ଜୟ ବେହେରା, ପରାମର୍ଶ ଦାତା ସୁଧାଂଶୁ ପଣ୍ଡା ଯୋଗ ଦେଇଥିଲେ l ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ