୧୫ ବର୍ଷ ରୁ କମ୍ ମୁଖ୍ୟମନ୍ତ୍ରୀ ଟ୍ରଫି ଫୁଟବଲ୍ ଚମ୍ପିଅନସିପ -୨୦୨୫

ସୁବର୍ଣ୍ଣପୁର(ଶାନ୍ତନୁ କୁମାର କର୍ଣ୍ଣ): ସୁବର୍ଣ୍ଣପୁର ଗାନ୍ଧୀ ଷ୍ଟାଡିୟମରେ ୧୫ ବର୍ଷରୁ କମ୍ ମୁଖ୍ୟମନ୍ତ୍ରୀ ଟ୍ରଫି ଇଣ୍ଟର କ୍ଳବ୍ ଜିଲ୍ଲା ସ୍ତରୀୟ ଫୁଟବଲ୍ ଚମ୍ପିଅନସିପ ୨୦୨୫ ର ଫାଇନାଲ ଖେଳ ଅନୁଷ୍ଟିତ ହୋଇଯାଇଛି l ସୁବର୍ଣ୍ଣପୁର ଜିଲ୍ଲା କ୍ରିଡ଼ା ସଂଘ, ଫୁଟବଲ୍ ଆସୋସିଏସନ୍ ଓଡିଶା, ଯୁବ କ୍ରୀଡା ବିଭାଗ ଓଡ଼ିଶା ସରକାର ଙ୍କ ମିଳିତ ସହଯୋଗ ରେ ଅନୁଷ୍ଟିତ ଆଜିର ଏହି ଟର୍ଣ୍ଣlମେଣ୍ଟ ର ଫାଇନାଲ ଖେଳ କୁ ମୁଖ୍ୟ ଅତିଥି ଭାବରେ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମାଝୀ, ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଅଞଳିନା ପଧାନ, ଡେପୁଟି କଲେକ୍ଟର ତଥା ବିଡ଼ିଓ ସୋନପୁର ପ୍ରତୀକ କର, ଓଡ଼ିଶା ସାମ୍ୱାଦିକ ସଂଘ ରାଜ୍ୟ ଉପ ସଭାପତି ସୁଶାନ୍ତ ମହାପାତ୍ର, କଟକ ସ୍ପୋର୍ଟସ ହଷ୍ଟେଲ ଇନ ଚାର୍ଜ ଗଙ୍ଗାଧର ବେହେରା, ଜିଲ୍ଲା କ୍ରୀଡ଼ା ଅଧିକାରୀ ଚିତ୍ତ ରଞ୍ଜନ ମିଶ୍ର , ଜିଲ୍ଲା କ୍ରୀଡ଼ା ସଂଘ ଉପ ସଭାପତି ଚିତ୍ତ ରଞ୍ଜନ ତରାସିଆ ଯୋଗଦେଇ ମ୍ୟାଚ୍ କୁ ଉଦ୍ଘାଟନ କରି ଖେଳାଳୀ ଙ୍କୁ ଉତ୍ସାହିତ ଓ ପୁରସ୍କୃତ କରିଥିଲେ l

ଜିଲ୍ଲା ର ସମସ୍ତ ବ୍ଳକ୍ ରୁ ୧୦ ଗୋଟି ଫୁଟବଲ୍ ଦଳ ଏଥିରେ ଭାଗ ନେଇ ଥିବା ବେଳେ ଆଜି ଫାଇନାଲ ଖେଳ ରାମଜୀ କ୍ଲବ୍ ନିମ୍ନା ଦଳ ଓ ବି ଏସ ଏ ଉଲୁଣ୍ଡା ମଧ୍ୟରେ ଅନୁଷ୍ଟିତ ହୋଇଛି l ଏହି ଫାଇନାଲ ମ୍ୟାଚ୍ ଉଭୟ ଦଳ ର ୧-୧ ଗୋଲ୍ ସ୍କୋର ହୋଇ ଖେଳ ଅମିମାଂସିତ ହୋଇ ଥିଲା l ଉଲୁଣ୍ଡା ଦଳ ପେନାଲ୍ଟି ସୁଟ ରେ ୩-୨ ଗୋଲ୍ ରେ ବିଜୟୀ ଏହି ଅଣ୍ଡର ଫିଫ୍ଟିନ୍ ଫୁଟବଲ୍ ଚମ୍ପିଅନସିପ-୨୦୨୫ ର ଚମ୍ପିଅନ ହୋଇଛି l ଉଲୁଣ୍ଡା ଦଳ ର କରମ୍ ଜିତ୍ ଭେଶ୍ରା ଜର୍ସି ନମ୍ୱର୍ ୧୭ ମ୍ୟାନ୍ ଅଫ ଦି ମ୍ୟାଚ୍, ବେଷ୍ଟ ଗୋଲ୍ କିପର ଭାବେ ନିମ୍ନl ଦଳ ର ବଳଦେବ ବେହେରା, ମ୍ୟାନ ଅଫ ଦି ସିରିଜ ଭାବେ ନିମ୍ନା ଦଳ ର ଅଂଶୁମାନ ବେହେରା, ବେଷ୍ଟ ଏମରର୍ଜିଂ ଖେଳାଳି ଭାବେ ଚର୍ଦା ଦଳ ର ଚନ୍ଦ୍ର ଷlଣ୍ଢ ପ୍ରାମୁଖ ଶ୍ରେଷ୍ଠ ଖେଳାଳି ଙ୍କୁ ଅତିଥି ଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା l

ସମସ୍ତ ମ୍ୟାଚ କୁ ମ୍ୟାଚ୍ କମିସନର ଭାବେ ଜିତେନ୍ଦ୍ର ଥନା ପତି ଓ ଆଜି ମୁଖ୍ୟ ରେଫରୀ ଭାବେ ପ୍ରଶାନ୍ତ ସେଠୀ, ସହଯୋଗୀ ରେଫରି ଭାବେ ଅଜିତ ଠେଲା, ରାଜେଶ ଥନାପତି ଓ ଅନିତା ମହା ନନ୍ଦ ଫୋର୍ଥ ଅଫିସିଆଲ୍ ଭାବେ ଖେଳ ପରିଚାଳନା କରିଥିଲେ l ଚିତ୍ତ ରଞ୍ଜନ ତରାସିଆ ଉଦଯାପନୀ ଉତ୍ସବ କୁ ପରିଚାଳନା କରି ଥିବା ବେଳେ ମନୋରଞ୍ଜନ ତ୍ରୀପାଠୀ ଓ ଦିଗାମ୍ବର ଶତପଥୀ ଖେଳ ର ଧାରା ବିବରଣୀ ପ୍ରଦାନ କରିଥିଲେ l

Leave a Reply

Your email address will not be published. Required fields are marked *

error: Content is protected !!
Open chat
ଜୟ ଜଗନ୍ନାଥ 🙏🏻
ଶ୍ରୀକ୍ଷେତ୍ର ନ୍ୟୁଜକୁ ସ୍ୱାଗତ