ଦ୍ରୁତ ଗତିରେ ପ୍ରସ୍ତୁତି ଚାଲିଛି ପଞ୍ଚ ଠାକୁରାଣୀ ଯାତ୍ରା

ବୁଗୁଡ଼ା/ଗଞ୍ଜାମ (ସୋରେନ କୁମାର ପ୍ରଧାନ): ଚଳିତ ମାସ ୨୫ତାରିଖ ଠାରୁ ମଇ ମାସ ୧୧ତାରିଖ ଯାଏଁ ଦୀର୍ଘ ୧୭ଦିନ ବ୍ୟାପି ହେବାକୁ ଥିବା ମା” ପଞ୍ଚଠାକୁରାଣୀ ଯାତ୍ରା ଉପଲକ୍ଷେ ବୁଗୁଡ଼ା ବଡଦାଣ୍ଡ ଠାରେ ଅସ୍ଥାୟୀ ପୂଜା ମଣ୍ଡପ ଦ୍ରୁତ ଗତିରେ ନିର୍ମାଣ କାର୍ଯ୍ୟ ଚାଲିଥିବା ଦେଖାଯାଇଛି l ଯାତ୍ରା କମିଟି ପକ୍ଷରୁ ପ୍ରତ୍ୟକ ସାହିରେ ଆକର୍ଷଣୀୟ ମେଢ଼ ନିର୍ମାଣ ପାଇଁ ଯୋଜନା କ୍ରମେ ୱାର୍ଡ ସ୍ତରୀୟ ପୂଜା କମିଟି ଗଠନ ପ୍ରକ୍ରିୟା ମଧ୍ୟ ଚାଲୁ ରହିଛି l

ଯାତ୍ରା କାଳରେ ମେଢ଼ ସାଙ୍ଗକୁ ଅପେରା, ମିନାବଜାର, ରାମଦୋଳି, କଳାକୁଞ୍ଜ ସାଙ୍ଗକୁ ଆକର୍ଷଣୀୟ ତୋରଣ ଲୋକଙ୍କ ମାନଙ୍କୁ ଛୁଇଁବ ବୋଲି ଯାତ୍ରା କମିଟି ତରଫରୁ ପ୍ରକାଶ କରାଯାଇଥିବା ବେଳେ ମା” ଙ୍କ କୃପା ଭିକ୍ଷା ପାଇଁ ଶ୍ରଦ୍ଧାଳୁ ଉତ୍କଣ୍ଠା ର ସହ ଅପେକ୍ଷା କରିଥିବା ଜଣାପଡିଛି l

Leave a Reply

Your email address will not be published. Required fields are marked *

error: Content is protected !!
Open chat
ଜୟ ଜଗନ୍ନାଥ 🙏🏻
ଶ୍ରୀକ୍ଷେତ୍ର ନ୍ୟୁଜକୁ ସ୍ୱାଗତ