ବିଜେଡି ସଭାପତି ପଦ ପାଇଁ ନାମାଙ୍କନ ଭରିଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର (ସମୀର ରଞ୍ଜନ ନାୟକ):ବିଜେଡ଼ି ସଭାପତି ପଦ ପାଇଁ ନାମାଙ୍କନ ଭରିଲେ ନବୀନ ପଟ୍ଟନାୟକ। ୯ମ ଥର ପାଇଁ ଏକମାତ୍ର ପାର୍ଥୀ ଭାବେ ନାମାଙ୍କନ ଭରିଲେ ନବୀନ ।୧୯ ତାରିଖରେ ଘୋଷଣା ହେବ ନୂଆ ସଭାପତିଙ୍କ ନାଁ। ଖୁବ୍‌ ଶୀଘ୍ର ଘୋଷଣା ହେବ ରାଜ୍ୟ ପରିଷଦ ଓ କାର୍ଯ୍ୟକାରିଣୀ। ନବମ ଥର ପାଇଁ ବିଜେଡି ସଭାପତି ନିର୍ବାଚିତ ହେବା ଏକପ୍ରକାର ନିଶ୍ଚିତ। ଏବେ ବିଜେଡିର ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ରାଜ୍ୟ ପରିଷଦ ଓ କାର୍ଯ୍ୟକାରିଣୀ ଗଠନ ପ୍ରକ୍ରିୟା ଚାଲିଛି। ରାଜ୍ୟ ପରିଷଦରେ ବିଜେଡିର ୩୫୦ ସଦସ୍ୟ ରହିବେ।ସେହିପରି ରାଜ୍ୟ କାର୍ଯ୍ୟକାରିଣୀରେ ୮୦ ଜଣ ସଦସ୍ୟ ରହିବେ।

ଏହାପରେ ଆସନ୍ତା ୧୯ରେ ବିଧିବଦ୍ଧ ଭାବେ ସଭାପତିଙ୍କ ନାଁ ଘୋଷଣା ହେବ। ୨୦୨୦ ଫେବୃଆରୀ ରେ ନବୀନ ଅଷ୍ଟମ ଥର ପାଇଁ ବିଜେଡି ସଭାପତି ଭାବେ ନିର୍ବାଚିତ ହୋଇଥିଲେ। କେବଳ ଭୋଟ ପାଇଁ ନିର୍ବାଚନ ଲଢ଼ିବା ନୁହେଁ, ଲୋକଙ୍କ ସେବା କରିବା ବିଜେଡିର ମୂଳଲକ୍ଷ୍ୟ ହେଉ। ବିଜୁବାବୁଙ୍କ କହିବା ଅନୁସାରେ ସରକାର ଗଠନ କରିବା ପାଇଁ ଚିନ୍ତା କରନାହିଁ ବରଂ ଲୋକଙ୍କ ସେବା କରିବା ପାଇଁ ସବୁବେଳେ ଚିନ୍ତା କର ବୋଲି ସେତେବେଳେ ନବୀନ କହିଥିଲେ। ୧୯୯୭ରୁ ବିଜେଡି ସଭାପତି ଭାବେ ଦାୟିତ୍ବ ତୁଲାଇ ଆସିଛନ୍ତି ନବୀନ।

Leave a Reply

Your email address will not be published. Required fields are marked *

error: Content is protected !!
Open chat
ଜୟ ଜଗନ୍ନାଥ 🙏🏻
ଶ୍ରୀକ୍ଷେତ୍ର ନ୍ୟୁଜକୁ ସ୍ୱାଗତ