କୁଷ୍ଠମୁକ୍ତ ବ୍ୟକ୍ତିଙ୍କ ଝିଅମାନଙ୍କୁ ଉଚ୍ଚଶିକ୍ଷା ପାଇଁ ଆର୍ଥିକ ସାହାଯ୍ୟ ପ୍ରଦାନ

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ): ସମାଜସେବୀ ଡ.ଭି ରୁକ୍ମୁଣୀ ରାଓ ଓଡିଶା, ବିହାର,ଝାରଖଣ୍ଡ ପ୍ରଦେଶର କୁଷ୍ଠମୁକ୍ତ ବ୍ୟକ୍ତିମାନଙ୍କ ଝିଅମାନଙ୍କୁ ଉଚ୍ଚଶିକ୍ଷା ନିମନ୍ତେ ପ୍ରତ୍ୟେକଙ୍କୁ ପ୍ରାୟ ବାର ହଜାର ଟଙ୍କା ଲେଖାଏଁ ପ୍ରଦାନ କରି ସମାଜସେବା କ୍ଷେତ୍ରରେ ଏକ ଆଦର୍ଶ ସୃଷ୍ଟି କରିଥିବାବେଳେ ସୁବର୍ଣ୍ଣପୁର ଲେପ୍ରା ସୋସାଇଟି ଅନ୍ତର୍ଗତ ସାତ ଜଣ ଝିଅଙ୍କୁ ଏହି ଉପଲକ୍ଷେ ସିଧା ସଳଖ ବ୍ୟାଙ୍କ ଚେକ ପ୍ରଦାନ କରାଯାଇଛି I ଏହି ଅବସରରେ ଲେପ୍ରା ସୋସାଇଟି ଜାତୀୟ ମୁଖ୍ୟ ହାଇଦ୍ରାବାଦର ପ୍ରଶାନ୍ତ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାଧାରଣ ସଭାରେ ଓଡିଶା ଆମ୍ବାସାଡର ଗୋରେଖନାଥ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ହିତାଧିକାରୀ ଝିଅମାନଙ୍କୁ ଚେକ୍ ବଣ୍ଟନ କରି ଉଦବୋଧନ ଦେଇଥିଲେ I

ଯେଉଁ ଝିଅମାନେ ଆର୍ଥିକ ସହାୟତା ପାଇଲେ ସେମାନେ ହେଲେ ଲିସା ସା, କଲ୍ୟାଣୀ ସାହୁ, ସୋନୁ ହରିପାଲ, କାଜଲ ସେଠୀ, ତିଳତ୍ତମା ବଗର୍ତ୍ତୀ, ରୁପାଲି ତାଣ୍ଡି ଓ କ୍ରୀଷ୍ଣା ବିଶ୍ବାଳ I ଏହି ଉପଲକ୍ଷେ ପ୍ରାଧ୍ୟାପିକା ମୀନା ମହାରଣାଙ୍କ ଦ୍ବାରା ପ୍ରଦତ୍ତ ଏକ ଲାଇବ୍ରେରୀକୁ ଶ୍ରୀଯୁକ୍ତ ନାଏକ ଉଦଘାଟନ କରିଥିଲେ I ଏହି ସଭାରେ କୋରାପୁଟ, ବରଗଡ, ସୁବର୍ଣ୍ଣପୁର, ନୂଆପଡା, ଜୁନାଗଡ, ଛତିଶଗଡ, ନବରଙ୍ଗପୁର ର ଲେପ୍ରା ସୋସାଇଟି କେନ୍ଦ୍ର ଦାୟୀତ୍ବରେ ଅବସ୍ଥାପିତ ଶିଶିର କୁମାର ସାହୁ, ରୁପେଶ୍ବର ଭୋଇ, ଏ.ଅନୀଲ କୁମାର, ମୃତ୍ୟୁଞ୍ଜୟ ଗିରି, ଶିବରାମ ଓତା, ତୋଫାନ ମହନ୍ତ, କୁସୁମ ସାହୁ ପ୍ରମୁଖ ସେମାନଙ୍କ ବିବରଣୀ ଉପସ୍ଥାପିତ କରିଥିଲେ I ପ୍ରାରମ୍ଭରେ ପ୍ରୋଜେକ୍ଟ ଅଫିସର ନେତ୍ରାନନ୍ଦ ସାହୁ ସ୍ବାଗତ ଭାଷଣ ଦେଇଥିଲେ ଏବଂ ଶେଷରେ ନୃସିଂହ ଚରଣ ମିଶ୍ର ଧନ୍ୟବାଦ ଦେଇଥିଲେ I

Leave a Reply

Your email address will not be published. Required fields are marked *

error: Content is protected !!