ବିଧାନସଭା ସ୍ତରୀୟ ସକ୍ରିୟ ସଦସ୍ୟ ସମ୍ମିଳନୀ ଅନୁଷ୍ଠିତ

ଅନୁଗୋଳ(ଅଜିତ କୁମାର ଭୋଇ) : ବିଧାନସଭା ସ୍ତରୀୟ ସକ୍ରିୟ ସଦସ୍ୟ ସମ୍ମିଳନୀରେ ଅନୁଗୁଳର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ପ୍ରଧାନ ଅନୁଗୁଳ ଜିଲ୍ଲା ବିଜେପି ସଭାପତି ଶ୍ରୀଯୁକ୍ତ ଯଯାତି ପଟ୍ଟନାୟକ, ବିଜେପି ନେତା ଶ୍ରୀଯୁକ୍ତ ଦିଲୀପ ପ୍ରଧାନ ଓ ଅନ୍ୟ ନେତୃବୃନ୍ଦ ଉପସ୍ଥିତ ରହି ବିଜେପି ପ୍ରତିଷ୍ଠା ଦିବସ ପକ୍ଷ ରେ ବିଭିନ୍ନ ବିଷୟ ରେ ତାଙ୍କ ର ବକ୍ତବ୍ୟ ରଖିଥିଲେ ଓ ଦଳ ର ସଂଗଠନ କିପରି ଆହୁରି ସୁଦୃଢ କରାଯିବ ସେ ସମ୍ପର୍କରେ ଆଲୋଚନା କରିଥିଲେ।

ଏହି ସକ୍ରୀୟ ସଦସ୍ଯ ସମ୍ମିଳନୀ କାର୍ଯ୍ୟକ୍ରମର ଅନୁଗୁଳ ଜିଲ୍ଲା ବିଜେପି ର ପୂର୍ବତନ ସଭାପତି ଶ୍ରୀଯୁକ୍ତ ଦିଲେଶ୍ଵର ପ୍ରଧାନ , ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ସୁଦୀପ ଗଡ଼ନାୟକ, ବିଜେପି ନେତା ଅନୁଗୁଳ ପୌରପାଳିକା ର ପୂର୍ବତନ ନଗରପାଳ ଶ୍ରୀଯୁକ୍ତ ଭକ୍ତି ପ୍ରସାଦ ଦାସ, କାର୍ଯ୍ୟକ୍ରମ ର ସଂଯୋଜକ ତଥା ବିଜେପି ଓବିସି ମୋର୍ଚ୍ଚ ର ଜିଲ୍ଲା ସଭାପତି ଶ୍ରୀ ସରୋଜ_ଜେନା, ଜିଲ୍ଲା ପରିଷଦ ସଦସ୍ୟ ଶ୍ରୀ ଯଶୋବନ୍ତ ବେହେରା, ଶ୍ରୀମତୀ ମୀରା ଗଡ଼ନାୟକ, ଦଳ ର ନେତୃମଣ୍ଡଳୀ, ମଣ୍ଡଳ ସଭାପତି, ସରପଞ୍ଚ, ସମିତି ସଭ୍ୟ ଓ ବିଧାନସଭା ର ସକ୍ରିୟ ସଦସ୍ୟ ମାନେ ଯୋଗଦେଇଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!