ତାଳଚେର ରାଜା ସାହେବ ଶ୍ରୀ ରାଜେନ୍ଦ୍ର ଚନ୍ଦ୍ର ବୀରବର ହରିଚନ୍ଦନ ଦେଵଙ୍କ ପରଲୋକ

ଅନୁଗୋଳ (ଅଜିତ କୁମାର ଭୋଇ) : ମା ହିଙ୍ଗୁଳାଙ୍କ ଆଦ୍ୟ ସେବକ ଓ ତାଳଚେର ରାଜା ତଥା ସମାଜସେବୀ ରାଜେନ୍ଦ୍ର ଚନ୍ଦ୍ର ବୀରବର ହରିଚନ୍ଦନ ଦେବଙ୍କ ସୋମବାର ଅପରାହ୍ଣରେ ପରଲୋକ ହୋଇଯାଇଛି। ରାୟପୁରର ଏକ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା। ତାଙ୍କର ପାର୍ଥିବ ଶରୀର ରାୟପୁରରୁ ତାଲଚେର ଅଭିମୁଖେ ଆସୁଛି। ଯାହାକି ବିଳମ୍ବିତ ରାତ୍ରିରେ ପହଞ୍ଚିବାର ସୂଚନା ମିଳିଛି।

ତାଳଚେର ରାଜା ତଥା ସମାଜସେବୀ ରାଜେନ୍ଦ୍ର ଚନ୍ଦ୍ର ବୀରବର ହରିଚନ୍ଦନ ୧୯୯୬ ମସିହାରେ ଗାଦିସୀନ ହୋଇ ପ୍ରତ୍ୟେକ କ୍ଷେତ୍ରରେ ସେ ଜଣେ ଆଦର୍ଶ ଶାସକରୂପେ ନିଜକୁ ପ୍ରତିପାଦିତ କରିଥିଲେ। ତାଙ୍କ ମାର୍ଗଦର୍ଶନରେ, ତାଳଚେର ଓ ଅନୁଗୋଳ ସମସ୍ତ ଦିଗରେ ସମୃଦ୍ଧ ହୋଇଥିଲା।

Leave a Reply

Your email address will not be published. Required fields are marked *

error: Content is protected !!