ବାଘ ନାଟ କଳାପ୍ରେମୀ ଆତିଶ ଗୌଡ଼ ।

ରାୟଗଡା (ଗୋପୀନାଥ ଗୌଡ଼): ତୁଳସୀ ଦୁଇ ପତ୍ରରୁ ବାସିଲା ଭଳି ପିଲା ବେଳୁ ହିଁ ଆତିସ ଗୌଡ଼ ଙ୍କ କଳା ପ୍ରତି ଥିବା ଉତ୍ସାହ ପରିଲକ୍ଷିତ ହୋଇଛି। ଛୋଟ ଥିଲା ବେଳେ, ପିତା ଅଜିତଙ୍କ ହାତ ଧରି ସାହି ସାହି ଦେଖି ବୁଲନ୍ତି ବାଘ ନାଟ। ବ୍ରହ୍ମପୁର ପ୍ରସିଦ୍ଧ ମା ବୁଢୀ ଠାକୁରାଣୀ ପର୍ବରେ ଦେଖିବାକୁ ମିଳିଛି କଳା ପ୍ରେମି ଅଜିତ୍ ଗୌଡ଼ ଙ୍କ ବାଘ ନାଟ। ଏହି କୁନି କଳା ପ୍ରେମୀ ଙ୍କ ବାଘ ନାଟ ଦେଖିବା ପାଇଁ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି। ଆତିସ ଗୌଡ଼ ପିଲା ବେଳୁ ହିଁ ଏହି ନାଟ ଶିଖୁଛନ୍ତି। ସେ ବ୍ରହ୍ମପୁର ବଡ଼ ବଜାର ସ୍ଥିତ ଗୌଡ଼ ସାହିରେ ସେ ରୁହନ୍ତି।

ବ୍ରହ୍ମପୁର ସ୍ୱରସ୍ଵତି ଶିଶୁ ମନ୍ଦିରରେ ତୃତୀୟ ଶ୍ରେଣୀର ଛାତ୍ର ଅଟନ୍ତି। ଦୁଇ ବର୍ଷରେ ଥରେ ମା ବୁଢ଼ୀ ଠାକୁରାଣୀଙ୍କ ପର୍ବ ଆସିଲେ ଖାଇବା ପିଇବା ଭୁଲିଯାଇ ବାଘ ନାଟ କରିବା ପାଇଁ ଭଲ ପାଆନ୍ତି। ପିତା ଅଜିତ୍ ଗୌଡ଼ ପୁଅର ଏହି ଅଝଟିଆ ବୁଦ୍ଧିକୁ ଚୁପ୍ ହୋଇ ସହି ଯାଆନ୍ତି। ଏହି ବାଘ ବେଶ ପକାଇବାକୁ ହେଲେ ୩/୪ଘଣ୍ଟା ସମୟ ଲାଗିଥାଏ ଚିତ୍ରକାରଙ୍କୁ ଦେହରେ ଚିତା ଆଙ୍କିବା ପାଈଁ। ଏବଂ ବାଘ ବେଶ ପାଇଁ ଉପବାସ ମଧ୍ୟ ରହିବାକୁ ହୋଇଥାଏ। ଏହିସବୁ ମଧ୍ୟ ଖୁଶି ଖୁଶି ସହ୍ୟ କରି ଦିଅନ୍ତି ଏହି କଳା ପ୍ରେମି ଅଜିତ୍ ଗୌଡ଼।

ଦୁଇ ବର୍ଷରେ ଥରେ ମା ବୁଢୀ ଠାକୁରାଣୀଙ୍କ ପର୍ବ କୁ ଅପେକ୍ଷା କରି ରହିଥାନ୍ତି ସମଗ୍ର ଅଞ୍ଚଳ ବାସି। ଏହି ପାର୍ବଣ ଖୁସିର ମହଲରେ କିଏ ଭକ୍ତି ଭାବରେ, ଆଉ କିଏ ପର୍ବ ପାଳନ ଖୁସୀରେ, ଆଉ କିଏ ସେବା ମନଭାବରେ ତ ଆଉ କିଏ ଏହିଭଳି ନିଜ ନିଜର କଳା ପ୍ରତି ଥିବା ଉତ୍ସାହ କୁ ନାଟ ମାଧ୍ୟମରେ ପରିବେଷଣ କରି ଖୁଶି ଅନୁଭବ କରନ୍ତି। ଅଜିତ୍ ଗୌଡ଼ ଙ୍କ କଳା ପ୍ରତି ଥିବା ଉତ୍ସାହକୁ ଅଞ୍ଚଳ ବାସି ଭୂରି ଭୂରି ପ୍ରଶଂସା କରିବା ସହ ଆଗାମୀ ଦିନରେ ସ୍ଥାନୀୟ ଅଞ୍ଚଳର ଲୋକ କଳା ଓ ଲୋକ ନୃତ୍ୟକୁ ବଜାୟ ରଖିବା ପାଇଁ ଆତିସ ସହାୟକ ହେବେ ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *

error: Content is protected !!