ଅନୁଗୋଳ (ଅଜିତ କୁମାର ଭୋଇ) :ଚଳିତ ମାସ ୨୬ ତାରିଖରୁ ୨୮ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ଜିଲ୍ଲା ମହୋତ୍ସବ ଆୟୋଜନ ହେବାକୁ ଥିବା ବେଳେ ଆଜି ଜିଲ୍ଲା ସଂସ୍କୃତି ବିଭାଗ ଓ ଜିଲ୍ଲା ସଂସ୍କୃତି ପରିଷଦର ପୌରହିତ ରେ ମହୋତ୍ସବ ପାଇଁ ମଶାଲ ଶୋଭାଯାତ୍ର ବାହାରିଥିଲା । ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଥିବା ପ୍ରସିଦ୍ଧ ଦେବା ଦେବୀପିଠ ଯଥା, ଅନୁଗୋଳ ବ୍ଳକର ଟିକରପଡା, ଛେଣ୍ଡିପଦା ପାତ୍ରପଡାର ମା ବାୟାଣୀପିଠ , ଆଠମଲ୍ଲିକର ଦେଉଳଝରି, ପାଳଲହଡାର ଖୁଲୁଡି ପୀଠରୁ ମଶାଲ ଗୁଡିକ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଜିଲ୍ଲାର ସମସ୍ତ ପ୍ରମୁଖ ଅଞ୍ଚଳ ତଥା ଗାଁ ଗଣ୍ଡା ଗୁଡିକ ପରିକ୍ରମା କରିଥିଲା ।
ଟିକରପଡାସ୍ଥିତ ଶିବ ମନ୍ଦିର ଠାରୁ ମାନ୍ୟବର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦଙ୍କ ପ୍ରତିନିଧି ଶ୍ରୀ ସୁଦିପ ଗଡନାୟକ, ମାନ୍ୟବର ଢେଙ୍କାନାଳ ସାଂସଦଙ୍କ ପ୍ରତିନିଧି ଶ୍ରୀ ପ୍ରଭାତ କୁମାର ପ୍ରଧାନ, ଅନୁଗୋଳ ଉପଜିଲ୍ଲାପାଳ ଶ୍ରୀ ମାୟାଧର ବେହେରା, ଅନୁଗୋଳ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡଃ ବିଶ୍ବ ଭୂଷଣ, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ନିରଞନ ସାହୁ, ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ଦୁଃଶାସନ ନାଏକ, ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ଅକ୍ଷୟ କୁମାର ସେଟ , ପାଳଲହଡା ଖୁଲୁଡି ପାଠରୁ ମାନ୍ୟବର ପାଳଲହଡା ବିଧାୟକ ଶ୍ରୀ ଅଶୋକ ମହାନ୍ତି, ପାଳଲହଡା ଉପଜିଲ୍ଲାପାଳ ଶ୍ରୀ ରବିନ୍ଦ୍ର କୁମାର ପଟେଲଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ ଜନ ପ୍ରତିନିଧି ,ଆଠମଲ୍ଲିକର ଦେଉଳଝରି ପୀଠରୁ ଆଠମଲ୍ଲିକ ଉପଜିଲ୍ଲାପାଳ ଶ୍ରୀ ଉପେନ୍ଦ୍ର ଲୋହା ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଆଶା କୁମାରୀ, ଛେଣ୍ଡିପଦା ପାତ୍ରପଡାର ମା ବାୟାଣୀପୀଠରୁ ମାନ୍ୟବର ଛେଣ୍ଡିପଦା ବିଧାୟକ ଶ୍ରୀ ଅଗସ୍ତି ବେହେରା, ଛେଣ୍ଡିପଦା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅରବିନ୍ଦ ବେହେରାଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ ଜନପ୍ରତିନିଧି ମଶାଲ ବାହାରି ତାଳଚେରସ୍ଥିତ ମା ହିଙ୍ଗୁଳାଙ୍କ ପିଠରେ ଏକ) ହୋଇଥିଲେ ।
ତାଳଚେର ବିଧାୟକ ଶ୍ରୀ ବ୍ରଜ କିଶୋର ପ୍ରଧାନ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ବବିତା ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ପ୍ରୀତିମୟ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଦେବଦତ୍ତ ମହନ୍ତ,ଅନୁଗୋଳ ଉପଜିଲ୍ଲାପାଳ ଶ୍ରୀ ମାୟାଧର ବେହେରା, ତାଳଚେର ଉପଜିଲ୍ଲାପାଳ ଶ୍ରୀ ସମୀର କୁମାର ଜେନାଙ୍କ ସମେତ ବରିଷ୍ଠ ଅଧିକାରୀ,ଜନପ୍ରତିନିଧି ପ୍ରମୁଖ ମା ହିଙ୍ଗୁଳାଙ୍କ ପିଠ ଠାରେ ମଶାଲଗୁଡିକୁ ସ୍ବାଗତ କରିଥିଲେ । ସମସ୍ତ ନିର୍ଦ୍ଧାରିତ ପୀଠ ସ୍ଥଳଗୁଡିକରୁ ମଶାଲ ବାହାରିବା ବେଳେ ଶିକ୍ଷା, ସ୍ବାସ୍ଥ୍ୟ, କୃଷି, ପଞ୍ଚାୟତରାଜ ଇତ୍ୟାଦି ବିଭାଗର ପ୍ରଜ୍ଞାପନ ମେଢ ଗୁଡିକ ଏହା ସହ ଯାତ୍ରା କରିଥିଲା । ବିଭିନ୍ନ ସ୍ଥାନରୁ ବାହାରିଥିବା ଏହି ମଶାଲ ଶୋଭାଯାତ୍ରାକୁ ଗାଁ ଗଣ୍ଡାରେ ବେଶ ଉତ୍ସାହ ସହ ସ୍ବାଗତ କରିଥିଲେ । ସନ୍ଧ୍ୟା ସମୟରେ ଜିଲ୍ଲାର ସମସ୍ତ ସ୍ଥାନରୁ ବାହାରିଥିବା ମଶାଲଗୁଡିକୁ ମା ହିଙ୍ଗୁଳା ପୀଠ ଦେଇ ଶୈଳଶ୍ରୀକ୍ଷେତ୍ର ଠାରେ ପହଞ୍ଚଥିଲା ।