ରାୟଗଡା (ଗୋପୀନାଥ ଗୌଡ଼) : ପଶ୍ଚିବଙ୍ଗର ମୁର୍ସିଦାବାଦରେ ହିନ୍ଦୁ ମାନଙ୍କ ଉପରେ ଘଟିଥିବା ବର୍ବର୍ଚିତ ହତ୍ୟା ଓ ଅତ୍ୟାଚାରକୁ ଘୋର ନିନ୍ଦା କରି ଆଜି ରାୟଗଡା ଜିଲ୍ଲା ବିଶ୍ୱହିନ୍ଦୁ ପରିଷଦ ଏବଂ ବଜରଙ୍ଗ ଦଳ ତରଫରୁ ଏକ ଦାବିପତ୍ର ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳ ଙ୍କ ଜରିଆରେ ପ୍ରଦାନ କରାଯାଇଛି। ଉକ୍ତ ଦାବିପତ୍ରକୁ ଜିଲ୍ଲାପାଳ ଅନୁପସ୍ଥିତ ଥିବା ହେତୁ ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ ନିହାର ରଞ୍ଜନ କହଁର ଗ୍ରହଣ କରିଥିଲେ । ଚଳିତ ମାସ ମୁର୍ସିଦାବାଦରେ ବିଧର୍ମୀ ମାନେ ହିନ୍ଦୁଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିବା ସହ ତାଙ୍କୁ ହତ୍ୟା କରିବା ଏବଂ ସେମାନଙ୍କ ଘରକୁ ଭାଙ୍ଗି ପୋଡି ନଷ୍ଟ କରୁଥିବା ଏବଂ ହିନ୍ଦୁ ମାନେ ଭୟଭିତ ହୋଇ ନିଜ ଜୀବନକୁ ରକ୍ଷା କରିବା ପାଇଁ ୫୦୦ ରୁ ଉର୍ଦ୍ଧ ପରିବାର ଘର ଛାଡି ଚାଲି ଯାଇଥିଲେ ।
ଏହି ଘଟଣାକୁ କେବଳ ଭାରତରେ ନୁହେଁ ସାରା ବିଶ୍ଵର ଅନେକ ଦେଶରେ ମଧ୍ୟ ନିନ୍ଦା କରାଯାଇଥିଲା । ଯେଉଁ ଦେଶରେ ହିନ୍ଦୁ ଧର୍ମର ସଂଖ୍ୟା ଗରିଷ୍ଠତା ଥାଇ ମଧ୍ଯ ହିନ୍ଦୁଙ୍କ ଉପରେ ଏପରି ଆକ୍ରମଣ ହେବା ଘଟଣା ପ୍ରତ୍ୟେକ ହିନ୍ଦୁ ମାନଙ୍କ ମନରେ କୁଠାରଘାତ ହୋଇଛି । ଏହାକୁ ଦୃଷ୍ଟିରେ ରଖି ବିଶ୍ୱହିନ୍ଦୁ ପରିଷଦ ଏବଂ ବଜରଙ୍ଗ ଦଳ ରାୟଗଡା ତରଫରୁ ଆଜି ଏକ ଦାବି ପତ୍ର ମହାମହିମ ରାଷ୍ଟ୍ରପତିଙ୍କୁ ଦେଇ ତୁରନ୍ତ ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଶାସନ ଲାଗୁ କରିବା ପାଇଁ ଦାବି କରାଯାଇଛି। ଏଥିରେ ପରିଷଦର ପ୍ରଦେଶ ଉପାଧ୍ୟକ୍ଷ ଶ୍ରୀ ପ୍ରଫୁଲ୍ଲ ପାତ୍ର , ଜିଲ୍ଲା ସମ୍ପାଦକ କେ. ରମେଶ କୁମାର, ନଗର ସଭାପତି ଗୋପୀ ବ୍ରହ୍ମା, ବିଧି ପ୍ରମୁଖ ଶ୍ରୀ ଅରୁଣ କୁମାର ଲେଙ୍କା, ଶ୍ରୀ ବିରଜା ପାତ୍ର, ବଜରଙ୍ଗ ଦଳ ନଗର ସଂଯୋଜକ ଶ୍ରୀ ଶସ୍ୟ ଜ୍ୟୋତି ବେହେରା, ବିଶେଷ ସମ୍ପର୍କ ପ୍ରମୁଖ ଶ୍ରୀ ବିଜୟ ଚୌଧୁରୀ ପ୍ରମୁଖଙ୍କ ସହ ଅନ୍ୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହିଥିଲେ ।