ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟ ପକ୍ଷରୁ ଦୁଇ ଦିନିଆ ତାଲିମ କର୍ମଶାଳା

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ) ସୁବର୍ଣ୍ଣପୁର ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲା ର ସମସ୍ତ ବ୍ଳକ୍ ର ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଓ ପ୍ରକଳ୍ପ ପରିଦର୍ଶକ ମାନଙ୍କୁ ନେଇ ଅଦ୍ଵିକା ଯୋଜନା ସମ୍ବନ୍ଧ ରେ ଦୁଇ ଦିନିଆ ତାଲିମ କର୍ମଶାଳା ଉଦଘାଟନ ହୋଇଯାଇଛି l ସୋନପୁର ବ୍ଲକ ମିଶନ ଶକ୍ତି ଭବନ ଠାରେ ଅନୁଷ୍ଠିତ ଏହି ତାଲିମ କର୍ମଶାଳା କୁ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଅଞ୍ଜଳୀନା ପଧାନ ଶୁଭ ଉଦ୍ଘାଟନ କରିଥିଲେ l

ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଅନୁପମା ପଣ୍ଡା ଏହି ଯୋଜନା ଓ କର୍ମଶାଳା କୁ ସଫଳ କରିବାକୁ ସମସ୍ତ ପ୍ରଶିକ୍ଷକ , ସି ଡି ପି ଓ ଏବଂ ସୂପଭାଇଜର ମାନଙ୍କ ଉଦ୍ୟମ ଜରୁରୀ ଓ ଉଲ୍ଲେଖନୀୟ ଅବଦାନ ରହିଛି ବୋଲି ପରାମର୍ଶ କରିଥିଲେ l ଏହି ତାଲିମ ଶିବିର ସଭା କାର୍ଯ୍ଯ କ୍ରମ କୁ ଜିଲ୍ଲା ସୁରକ୍ଷା ଅଧିକାରୀ ବାସନ୍ତୀ ଭୋଇ ସଂଯୋଜନା କରି ଧନ୍ୟବାଦ୍ ଅର୍ପଣ କରିଥିଲେ l ଜିଲ୍ଲା ରର ସମସ୍ତ ବ୍ଲକ ର ସି ଡି ପି ଓ ଏବଂ ସୁପର ଭାଇଜର ମାନେ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ l

Leave a Reply

Your email address will not be published. Required fields are marked *

error: Content is protected !!