ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମାୟାବର୍ହ୍। ଠାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡ, ରବିଚନ୍ଦ୍ର ପଶାୟତଙ୍କ ମାର୍ଗଦର୍ଶନରେ ବିଶ୍ଵ ଧରିତ୍ରୀ ଦିବସ ପାଳିତ ହୋଇଯାଇଛି। ସଭାରେ ବିଜ୍ଞାନ ଶିକ୍ଷକ ଦୀନବନ୍ଧୁ ପ୍ରଧାନ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରି ସାରା ବିଶ୍ବ ବ୍ରହ୍ମାଣ୍ଡରେ ଆମ ଧରିତ୍ରୀ କେବଳ ଜୀବ ଜଗତ ଧାରଣ କରିବାର ସୌଭାଗ୍ୟ ଲାଭ କରିଥିବାରୁ ଓ ଆମେ ତାହାର ଅଂଶବିଶେଷ ହେଇଥିବାରୁ ଗର୍ବିତ ବୋଲି ମତ ପ୍ରକାଶ କରିଥିଲେ।
ସଭାର ପ୍ରାରମ୍ଭରେ ବିଦ୍ୟାଳୟର ଛାତ୍ରୀ ପୂଜାରାଣୀ ଦୀପ , ଅନ୍ତରା ଜାଲ,ଝରଣା ସାହୁ, ସିମି ନାୟକ, କରିସ୍ମା,ଅନୀମା , ପ୍ରଜ୍ଞା କୁଦେଇ ସ୍ବାଗତ ସଙ୍ଗୀତ ପରିବେଷଣ କରିଥିଲେ ।ସଭାରେ ପୂଜାରଣି ଦୀପ, ଝରଣା ସାହୁ, ଆଭା ସାହୁ ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିବେଳେ ସଂସ୍କୃତ ଶିକ୍ଷକ ରାଜୁ ମେହେର ସଭାକୁ ସଂଯୋଜନା କରିଥିଲେ ।
ଶିକ୍ଷକ କିରଣ କୁମାର ପଟେଲ ବିଶ୍ଵ ଧରିତ୍ରୀ ଦିବସର ମହତ୍ତ୍ଵ, ଭୂମିକା ଓ ପାଳନର ଗୁରୁତ୍ଵ ବିଷୟରେ ପି ପି ଟି ମାଧ୍ୟମରେ ଉପସ୍ଥାପନ କରିଥିଲେ। ଶେଷରେ ଖେଳ ଶିକ୍ଷକ ଚିନ୍ମୟ କୁମାର ଦାସ ଧନ୍ୟବାଦ୍ ଅର୍ପଣ କରିଥିଲେ। କାର୍ଯକ୍ରମକୁ ନନ୍ଦିଘୋଷ ବାରିକ, ସଞ୍ଜୀବ ପୂଜାରୀ, ବିଭୀଷଣ ଖମାରୀ, ମୀନକେତନ ଦାସ, ସୁରଜ୍ ଖମାରୀ , ଅଙ୍କେତ ଗୋବର୍ଦ୍ଧନ ,ଅମିତ୍ ଓ ସମୀର କଠାର ସହଯୋଗ କରିଥିଲେ ।