୨୬ ପର୍ଯ୍ୟଟକଙ୍କ ହତ୍ୟା ପ୍ରତିବାଦରେ ବିନିକା ହିନ୍ଦୁ ଜାଗରଣ ମଞ୍ଚ ପକ୍ଷରୁ କ୍ୟାଣ୍ଡେଲ ଶୋଭାଯାତ୍ରା

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ) : ଦକ୍ଷିଣ ଭାରତର ପ୍ରମୁଖ ପର୍ଯ୍ୟଟନ ସ୍ଥଳ ଜମ୍ଭୁକାଶ୍ମୀର ସ୍ଥିତ ପହେଲଗାଓରେ ଇସଲାମିକ ଆତଙ୍କବାଦୀ ଙ୍କ ବର୍ବର ଆକ୍ରମଣରେ ୨୬ରୁ ଉର୍ଦ୍ଧ୍ବ ପର୍ଯ୍ୟଟକ ପ୍ରାଣ ହରାଇଥିବା ବେଳେ ଅନେକ ଗୁରୁତର ଆହତ ହୋଇ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ଥାଇ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ।ସେଥିରୁ ୨ଜଣ ବିଦେଶୀ ପର୍ଯ୍ୟଟକ ଥିବା ବେଳେ ଜଣେ ଓଡ଼ିଆ ପର୍ଯ୍ୟଟକ ରହିଛନ୍ତି ।ତେବେ ମୃତ ସମସ୍ତ ପର୍ଯ୍ୟଟକଙ୍କ ଅମର ଆତ୍ମାର ଶାନ୍ତି ସକାଶେ ଏବଂ ହିନ୍ଦୁତ୍ୱ ରକ୍ଷା ନିମନ୍ତେ ଆଜି ସନ୍ଧ୍ୟା ୮ଘଣ୍ଟା ସମୟରେ ବିନିକା ହିନ୍ଦୁ ଜାଗରଣ ମଞ୍ଚ ତରଫରୁ ଏକ ବିରାଟ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା।

ସ୍ଥାନୀୟ ମାତାମଠ ମନ୍ଦିର ପ୍ରାଙ୍ଗଣରୁ ଶତାଧିକ ଯୁବ ପ୍ରେମୀ ହାତରେ କ୍ୟାଣ୍ଡେଲ ସହ ପ୍ଲାକାର୍ଡ ଧରି ପାକିସ୍ତାନ ମୂର୍ଦାବାଦ,ଆତଙ୍କବାଦୀ ଙ୍କ ମୂଳପୋଛ କରାଯାଉ,ହିନ୍ଦୁ ସୁରକ୍ଷା ଆମର ଦାବି ଆଦି ବିଭିନ୍ନ ସ୍ଲୋଗାନ ଦେଇ ବିନିକା ସହର ପରିକ୍ରମା କରି ବସଷ୍ଟାଣ୍ଡ ନିକଟକୁ ଆସିଥିଲେ ।ସେଠାରେ ଅନୁଷ୍ଠିତ ଶୋକ ସଭାରେ ହିନ୍ଦୁଙ୍କ ଉପରେ ବର୍ବର କାଣ୍ଡ ଲିଭାଇ ଜୀବନ ନେଇଥିବା ଇସଲାମିକ ଆତଙ୍କବାଦୀ ମାନଙ୍କ ଉପରେ ଦୃଢରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ସେମାନଙ୍କୁ ସମ୍ପୂର୍ଣ୍ଣ ମୂଳ ପୋଛ କରିଦେବା ପାଇଁ ଆମଦେଶର ସରକାର ପଦକ୍ଷେପ ନେବା ଜରୁରୀ ବୋଲି ଯୁବଶକ୍ତି ବକ୍ତବ୍ୟ ରଖିଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!