ଅନଗୁଳ (ଅଜିତ କୁମାର ଭୋଇ) ଆଗାମୀ ଏପ୍ରିଲ୍ ୨୬ ତାରିଖ ରେ ଅନୁଗୁଳ ମହୋତ୍ସବ ର ଉଦଘାଟନୀ ଉତ୍ସବ ରେ ମୂଖ୍ୟଅତିଥି ଭାବେ ଯୋଗଦେବାକୁ ନେଇ ଓଡ଼ିଶାର ମାନ୍ଯବର ମୂଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଙ୍କୁ ଭୁବନେଶ୍ବର ଲୋକସେବା ଭବନରେ ଅନୁଗୁଳ ଜିଲ୍ଲାପାଳ ଶ୍ରୀ ଅବଦାଲ୍ ଏମ୍ ଅଖତାର ଓ ଜିଲ୍ଲା ପ୍ରଶାସନ ର ଅଧିକାରୀ ମାନଙ୍କ ସହିତ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ମିଶି ନିମନ୍ତ୍ରଣ କରିଥିଲେ । ମାନ୍ୟବର ମୂଖ୍ୟମନ୍ତ୍ରୀ ମଧ୍ୟ ଏହି ଉଦଘାଟନୀ ଉତ୍ସବରେ ମୂଖ୍ୟ ଅତିଥି ଭାବେ ଯୋଗଦେବାକୁ ସମ୍ମତି ପ୍ରଦାନ କରିଥିବାରୁ ମାନ୍ଯବର ମୂଖ୍ୟମନ୍ତ୍ରୀ ଙ୍କୁ ଧନ୍ଯବାଦ୍ ଓ କୃତଜ୍ଞତା ଜଣାଇଥିଲେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଓ ଜିଲ୍ଲା ପ୍ରଶାସନ ।