ଅନୁଗୋଳ ମହୋତ୍ସବ ନେଇ ସାମ୍ବାଦିକ ସମିଳନୀ ଅନୁଷ୍ଠିତ

ଅନୁଗୋଳ (ଅଜିତ କୁମାର ଭୋଇ) : ସର୍କିଟ ହାଉସ ସଭା କକ୍ଷରେ ଅନୁଗୋଳ ମହୋତ୍ସବ ନେଇ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା। ଏହି ସାମ୍ବାଦିକ ସମ୍ମିଳନୀରେ ଅନୁଗୋଳ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରିତିମୟ ଯୋଗ ଦେଇ ମହୋତ୍ସବର ବିଭିନ୍ନ ପ୍ରସ୍ତୁତି ସମ୍ପର୍କରେ ସାମ୍ବାଦିକ ମାନଙ୍କୁ ଅବଗତ କରାଇଥିଲେ। ଆସନ୍ତା ୨୬ ତାରିଖରେ ଅନୁଗୋଳ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ଏହି ମହୋତ୍ସବକୁ ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍ଘାଟନ କରିବେ। ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଢେଙ୍କାନାଳ ସାଂସଦ ରୁଦ୍ରନାରାୟଣ ପାଣି, ଜିଲ୍ଲାର ସମସ୍ତ ବିଧାୟକ, ପୌରାଧ୍ଯକ୍ଷ,ଜିଲ୍ଲା ପରିଷଦ ଅଧ୍ଯକ୍ଷା ଆଦି ଯୋଗ ଦେବେ।

ମଞ୍ଚରେ ଅନୁଗୋଳର ବିଭିନ୍ନ ସାଂସ୍କୃତିକ ଦଳ ନୃତ୍ୟ ପରିବେଷଣ କଲାପରେ ରାଜ୍ୟ ଓ ଜାତୀୟ ସ୍ତରୀୟ କଳାକାରମାନେ ସେମାନଙ୍କ କଳା ଦେଖାଇବେ।ଦ୍ବିତୀୟ ଦିନକୁ ରାଜ୍ୟ ଉପମୁଖ୍ୟମନ୍ତ୍ରୀ କେଭି ସିଂହ ଦେଓ ଓ ଅନ୍ତିମ ଦିନକୁ ରାଜ୍ୟ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଉଦ୍ଘାଟନ କରିବେ । ମହୋତ୍ସବରେ ତିନିଦିନ ଯାକ ଯୋଗ ଏବଂ ୨୭ ତାରିଖ ଦିନ କବିତା ପାଠୋତ୍ସବ ଅନୁଷ୍ଠିତ ହେବ।ପ୍ରଥମ ଦିନ ସ୍ମରଣିକା ଉନ୍ମୋଚିତ ହେବା। ଅନୁଗୋଳ ଜିଲ୍ଲାର ସାତକୋଶିଆର ଜୈବ ବିବିଧତାକୁ ନେଇ ଲେଜର ସୋ ଅନୁଷ୍ଠିତ ହେବ।

୩୦ ତାରିଖ ପର୍ଯ୍ୟନ୍ତ ପଲ୍ଲୀଶ୍ରୀ ମେଳା ଆୟୋଜିତ ହେବ ଓ ଏଥିରେ ୧୮୦ ଟି ଷ୍ଟଲ୍ ର ବ୍ୟବସ୍ଥା କରାଯାଇଛି। ୩୦ ଟି ଜିଲ୍ଲା ଏବଂ ୧୨ ଟି ରାଜ୍ୟର ବିଭିନ୍ନ ହସ୍ତଶିଳ୍ପ, ବସ୍ତୁ, ଟେରାକୋଟା ଓ ଖାଦ୍ୟ ସାମଗ୍ରୀ ପ୍ରଦର୍ଶିତ ହେବ।ଓର୍ମାସ ସହାୟତାରେ ଏହି ମେଳା ଆୟୋଜିତ ହେବ। ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କେ ଶ୍ରବଣ କୁମାର ଉପସ୍ଥିତ ଥିଲେ।ଅନୁଗୋଳ ରୁ ଅଜିତ୍ କୁମାର ଭୋଇ

Leave a Reply

Your email address will not be published. Required fields are marked *

error: Content is protected !!