ବିଶ୍ୱ ରେଡ କ୍ରସ ଦିବସ ଅବସର ରେ ରକ୍ତ ଦାନ ଶିବିର ଅନୁଷ୍ଠିତ : ୪୧ ୟୁନିଟ୍ ରକ୍ତ ସଂଗ୍ରହ

ସୁବର୍ଣ୍ଣପୁର(ଶାନ୍ତନୁ କୁମାର କର୍ଣ୍ଣ): ବିଶ୍ୱ ରେଡକ୍ରସ୍ ଦିବସ ତଥା ରେଡକ୍ରସ ପ୍ରତିଷ୍ଠାତା ଜିନ୍ ହନରି ଦୁନାନ୍ତ ଙ୍କ ଜନ୍ମ ବାର୍ଷିକୀ ଅବସରରେ ଆଜି ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରକ୍ତ ଜେନ୍ଦ୍ର ରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି l ଏହାକୁ ସୁବର୍ଣ୍ଣପୁର ଜିଲ୍ଲାପାଳ ଅନ୍ୟା ଦାଶ ଶୁଭ ଉଦ୍ଘାଟନ କରି ରକ୍ତ ଦାତା , ରେଡକ୍ରସ ସଦସ୍ୟା, କର୍ମଚାରୀ ଓ ସ୍ୱେଚ୍ଛାସେବୀ ଙ୍କୁ ଉତ୍ସାହିତ କରିଥିଲେ l ସି ଡ଼ି ଏମ ପି ଏଚ ଓ ଡ଼ା ପ୍ରଦୀପ କୁମାର ଗୁରୁ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵl ବଧାନ ରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ, ଏ ଡି ଏମ୍ ଓ ଡ଼ା ଦୁର୍ଗା ଦତ୍ତ ଦାଶ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଚିତ୍ତ ରଞ୍ଜନ ମିଶ୍ର, ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ଵିନୀ କୁମାର ଭୋଇ, ରେଡ୍ କ୍ରସ୍ ସଂପାଦକ ସଂଗ୍ରାମ କିଶୋରୀ ଜେନା, ବ୍ଲଡ ବ୍ୟାଙ୍କ ଅଫିସର ମାନସ ରଞ୍ଜନ ଦାଶ ଯୋଗ ଦେଇ ରକ୍ତ ଦାତା ଙ୍କୁ ଉତ୍ସାହିତ କରିଥିଲେ l

ଡି ପି ଓ ବିଶ୍ଵନାଥ ନାୟକ, ଆଲୋକ ଦାଶ, ଏସ ବି ଆଇ ଆର୍ ଟି ସି ନିର୍ଦ୍ଦେଶିକା ଚୁଳେଶ୍ୱରି ଦାଶ, ସ୍ଵାସ୍ଥ୍ୟ ପରିଦର୍ଶକ ପ୍ରମୋଦ କୁମାର ସାହୁ, ସ୍ବେଛାସେବୀ ଶ୍ରୀବତ୍ସ ମଲ୍ଲିକ, ସାୟଦ ଅଲିମୁଲ୍ ଇସଲାମ, ମନୋରଞ୍ଜନ ତ୍ରୀପାଠୀ,ମନୋଜ ପଣ୍ଡା, ସୁଶାନ୍ତ ସାହୂ ପ୍ରମୂଖ ରେଡ କ୍ରସ ସଦସ୍ୟ , ସ୍ବଚ୍ଛ ଭାରତ ସଙ୍ଗଠନ, ବିଭିନ୍ନ ସଂଗଠନ କର୍ମକର୍ତା ମାନେ ମଧ୍ୟ ଏଥିରେ ସକ୍ରିୟ ସାମିଲ୍ ହୋଇ ସହଯୋଗ କରିଥିଲେ l ଆସିଷ୍ଟାଣ୍ଟ କଲେକ୍ଟର ଜ୍ୟୋତିର୍ମୟୀ ମଲ୍ଲିକ, ଏମ ଭି ଆଇ ରଶ୍ମି ରଞ୍ଜନ ସାହୁ, ଛାତ୍ରୀ ଶ୍ବେତା ପ୍ରଜ୍ଞା ପଣ୍ଡା, ଏସ ବି ଆଇ ଆର୍ ଟି ସି ର ଅନେକ ଛାତ୍ରୀ ଙ୍କ ସମେତ ସମୁଦାୟ ୪୧ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା l ରକ୍ତ କେନ୍ଦ୍ର ର ଟେକ୍ନିସିଆନ୍ ଜଗତ୍ ଦରୁଆନ, ଟିଟୁ ଭୋଇ, ସୁଶାନ୍ତ ନାୟକ, ରେବତୀ ମହାପାତ୍ର ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ l

Leave a Reply

Your email address will not be published. Required fields are marked *

error: Content is protected !!
Powered by Joinchat