ପାଣି ସମସ୍ୟା ନେଇ ମହିଳାଙ୍କ ରାସ୍ତାରୋକ

ସୁବର୍ଣ୍ଣପୁର(ଶାନ୍ତନୁ କୁମାର କର୍ଣ୍ଣ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ ଟାଙ୍ଗର ସାହିର ଏସଏଚଜି ମହିଳା ମାନେ ଆଜି ପାଣି ସମସ୍ୟା ନେଇ ଉଫୁଲା ପଞ୍ଚାୟତ ସମ୍ମୁଖରେ ବୀରମହାରାଜପୁର ସୋନପୁର ମୁଖ୍ୟ ରାସ୍ତାକୁ ଅବରୋଧ କରିଥିଲେ l ସୂଚନା ଅନୁସାରେ ଟଙ୍ଗରସାହିରେ ଦୀର୍ଘ ଦିନ ହେବ ପାଣି ସମସ୍ୟା ଲାଗିରହିଛି l ପାଣି ସମସ୍ୟା ନେଇ ପୂର୍ବରୁ ବିଡ଼ିଓ,ସରପଞ୍ଚ, ବିଭାଗିୟ ଅଧିକାରୀଙ୍କୁ ଗ୍ରାମବାସୀ ଭେଟିଥିଲେ l ହେଲେ ପାଣି ସମସ୍ୟା ଦୂର ହେଲା ନାହିଁ l ପରେ ପୁଣି ଗ୍ରାମବାସୀ ଗରା, ବାଲ୍ଟି ଧରି ଜିଲ୍ଲାପାଲଙ୍କ ଦ୍ୱାରସ୍ଥ ହୋଇଥିଲେ l ସେହି ସମୟରେ ଯଥାଶୀଘ୍ର ପାଣି ସମସ୍ୟା କରାଯିବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିଲେ l ତା ସତ୍ତ୍ୱେ ମଧ୍ୟ ଟାଙ୍ଗରସାହିରେ ପାଣି ସମସ୍ୟା ଲାଗି ରହିଛି l

ବର୍ତ୍ତମାନ ଖରାର ପ୍ରକୋପ ବୃଦ୍ଧି ପାଉଥିବା ବେଳେ ପାଣି ଟୋପାଏ ପାଇଁ ଗ୍ରାମବାସୀ ଡହଳ ବିକଳ ହେଉଛନ୍ତି l ଏଣୁ ଆଜି ଗ୍ରାମର ମାରୁତି ଏସଏଚଜି ଏବଂ ମାଁ ଭଗବତୀ ଏସଏଚଜି ର ମହିଳା ଏବଂ ପୁରୁଷ ମାନେ ଉଫୁଲା ପଞ୍ଚାୟତ ସମ୍ମୁଖରେ ବୀରମହାରାଜପୁରରେ ସୋନପୁର ମୁଖ୍ୟ ରାସ୍ତାକୁ ଅବରୋଧ କରି ପ୍ରତିବାଦ କରିଥିଲେ l ଫଳରେ ଉଭୟ ପାଶ୍ୱର୍ରେ ଜନବାହନ ଅଟକି ରହିଥିଲା l ଖବର ପାଇ ବିଡ଼ିଓ ରାଜୀବ ହାଁସଦା ଏଵଂ ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା ପହଞ୍ଚି ଆନ୍ଦୋଳନ କାରୀଙ୍କ ସହ ଆଲୋଚନା କରିବା ଶହ ପାଣି ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେବ ପରେ ରାସ୍ତା ରୋକ ହଟିଥିଲା l ତେବେ ଆନ୍ଦୋଳନ କାରିଙ୍କ ସହ ପାଣି ସମସ୍ୟାର ସମାଧାନ ପାଇଁ ଉଫୁଲା ପଞ୍ଚାୟତ କାର୍ଯ୍ୟାଳୟ ଠାରେ ବିଡ଼ିଓ, ବ୍ଲକ ଉପାଧ୍ୟକ୍ଷ ଏବଂ ବିଭାଗୀୟ ଅଧିକାରୀ ଆଲୋଚନା କରିଥିବା ଜଣାପଡିଛି l

Leave a Reply

Your email address will not be published. Required fields are marked *

error: Content is protected !!