ଭାରତବାସୀଙ୍କୁ ଅସ୍ତ୍ର ବିରତିର ଖବରଦେଲେ ଟ୍ରମ୍ପ

ନୂଆଦିଲ୍ଲୀ (ଶ୍ରୀକ୍ଷେତ୍ର ନ୍ୟୁଜ଼ ବ୍ୟୁରୋ) : ଅସ୍ତ୍ରବିରତି ଚୁକ୍ତି ପାଇଁ ଭାରତ-ପାକିସ୍ତାନ ରାଜି ହୋଇଥିବା ଘୋଷଣା କଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଆମେରିକାର ମଧ୍ୟସ୍ଥତାରେ ଭାରତ ଓ ପାକିସ୍ତାନ ସଂପୂର୍ଣ ଅସ୍ତ୍ରବିରତି ପାଇଁ ରାଜି ହୋଇଥିବା ଟ୍ରମ୍ପ କହିଛନ୍ତି । ସାରା ରାତି ଆଲୋଚନା ପରେ ଯୁଦ୍ଧ ବିରତି ପାଇଁ ଦୁଇ ଦେଶ ରାଜି ହୋଇଥିବା କହିଛନ୍ତି ଟ୍ରମ୍ପ ।

ଏକ୍ସରେ ସେ ଲେଖଛନ୍ତି “ସାରା ରାତିର କଥାବାର୍ତ୍ତା ପରେ ଆମେରିକାର ମଧ୍ୟସ୍ଥତା ପରେ ଭାରତ ଓ ପାକିସ୍ତାନ ସଂପୂର୍ଣ୍ଣ ଓ ତୁରନ୍ତ ଯୁଦ୍ଧବିରତି ପାଇଁ ରାଜି ହୋଇଛନ୍ତି । ଉଭୟ ଦେଶକୁ ଅଭିନନ୍ଦନ ଓ ଧନ୍ୟବାଦ ।

ଟ୍ରମ୍ପଙ୍କ ବ୍ୟତୀତ ପାକିସ୍ତାନର ଉପ ପ୍ରଧାନମନ୍ତ୍ରୀ ତଥା ବୈଦେଶିକ ମନ୍ତ୍ରୀ ଇଶାକ ଡାର ମଧ୍ୟ ଭାରତ ଓ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ଉପରେ ସହମତି ପ୍ରକାଶ ପାଇଥିବା ଦାବି କରିଛନ୍ତି । ସେ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି, ପାକିସ୍ତାନ ଓ ଭାରତ ତତ୍କାଳ ପ୍ରଭାବରୁ ଅସ୍ତ୍ର ବିରତି ପାଇଁ ରାଜି ହୋଇଛନ୍ତି । ପାକିସ୍ତାନ ସର୍ବଦା ସାର୍ବଭୌମତ୍ଵ ଓ କ୍ଷେତ୍ରୀୟ ଅଖଣ୍ଡତା ସହ ସାଲିସ ବିନା କ୍ଷେତ୍ରରେ ଶାନ୍ତି ଓ ସୁରକ୍ଷା ପାଇଁ ଉଦ୍ୟମ କରିଛି ।

Leave a Reply

Your email address will not be published. Required fields are marked *

error: Content is protected !!