ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଦୁଇ ଯୁବକ ମୁତ୍ଯୁ

ବୁଗୁଡ଼ା/ଗଞ୍ଜାମ (ସୋରେନ କୁମାର ପ୍ରଧାନ): ମଇ ୧୧ ତାରିଖ ଥିଲା ବୁଗୁଡା ପଞ୍ଚ ଠାକୁରାଣୀ ଯାତ୍ରାର ଶେଷ ଦିନ। ବିଭିନ୍ନ ଅଞ୍ଚଳରୁ ବହୁ ଶ୍ରଦ୍ଧାଳୁ ଠାକୁରାଣୀ ଯାତ୍ରା ଦେଖିବାକୁ ଆସିଥିଲେ। ସେମାନଙ୍କ ମଧ୍ୟରୁ ବୁଗୁଡା ପୋଲିସ ଥାନା ଅନ୍ତର୍ଗତ କାନସୁକା ଗ୍ରାମର ଓମ୍ ନାୟକ ଓ ଶୁଭମ ନାୟକ ମିଶି ପଞ୍ଚ ଠାକୁରାଣୀ ଯାତ୍ରା ଦେଖିବାକୁ ଆସିଥିଲେ। ବିଳମ୍ବିତ ରାତ୍ରରେ ନିଜ ଗ୍ରାମ କାନସୁକାକୁ ଫେରୁଥିବା ବେଳେ ଷୋହଳମାଇଲି ଏବଂ ବୁଗୁଡା ରାଜ ରାସ୍ତା ଉପରେ କୌଣସି କାରଣ ଯୋଗୁଁ ବାଇକ ଭାରସାମ୍ଯ ହରାଇ ଦୁହେଁ ରାସ୍ତାରେ ପଡି ଗୁରୁତର ଆହାତ ହୋଇଥିଲେ।

କିଛି ଲୋକେ ଦେଖିବାକୁ ପାଇଥିଲେ। ସେମାନଙ୍କୁ ଉଦ୍ଧାର କରି ବୁଗୁଡା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଅଣାଯାଇଥିଲା। ହେଲେ ଡାକ୍ତର ସେ ଦୁହିଁଙ୍କୁ ମୁତ୍ଯୁ ଘୋଷଣା କରିଥିଲେ। ଖବର ପାଇ ମେଡିକାଲରେ ବୁଗୁଡା ପୋଲିସ୍ ପହଞ୍ଚି ମର ଶରୀର ଦ୍ବୟକୁ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ଯବଛେଦ ପାଇଁ ପଠାଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

error: Content is protected !!