ପର୍ଶଳା ଠାରେ ଚବିଶ ପ୍ରହର ଅଖଣ୍ଡ ନାମଯଜ୍ଞ

କେନ୍ଦୁଝର/ଚମ୍ପୁଆ (ପ୍ରଦୀପ କୁମାର ମହାନ୍ତ):ଚମ୍ପୁଆ ବ୍ଲକ ଅନ୍ତର୍ଗତ ପର୍ଶଳା ଗ୍ରାମ ରେ ଚବିଶ ପ୍ରହର ନାମ ସଂକୀର୍ତ୍ତନ କମିଟି ଆନୁକୂଲ୍ୟ ରେ ଅନୁଷ୍ଠିତ ଚବିଶ ପ୍ରହର ଅଖଣ୍ଡ ନାମଯଜ୍ଞ ଆଜି ଉଦଯାପିତ ହୋଇଯାଇଛି। ଗତ ଗୁରୁବାର ଦିନ ନିକଟସ୍ଥ ଅରଡେଇ ନଦୀରୁ କଳସ ଶୋଭାଯାତ୍ରା ରେ ଘଟ ଅଣାଯାଇ ସ୍ଥାପନ କରାଯାଇ ପର୍ଶଳା ହାଟପଡ଼ିଆ ଲକ୍ଷ୍ମୀ ମଣ୍ଡପ ର ନାମଯଜ୍ଞ ର ଶୁଭାରମ୍ଭ ହୋଇଥିଲା । ଏହି ନାମଯଜ୍ଞ ରେ ଅଁଳାଗୁଡା ମୟୂରଭଞ୍ଜ, ସହିଦ୍ ପୁର ମୟୂରଭଞ୍ଜ, ନେଦାଭାଡି ମୟୂରଭଞ୍ଜ, ନନ୍ଦରା କେନ୍ଦୁଝର, ଅସ୍ତପଙ୍ଗା କେନ୍ଦୁଝର ସମେତ ବରଗଡ଼ ରୁ ଆସିଥିବା ଗୁରୁ ଶ୍ରୀ ସୁଧର୍ମା ଦାସ ଓ ସମ୍ବଲପୁର ର ଇତିଶ୍ରୀ କର ଙ୍କ ସଂକୀର୍ତ୍ତନ ମଣ୍ଡଳୀ ମାନଙ୍କ ଦ୍ଵାରା ଅଖଣ୍ଡ ହରିନାମ କରାଯାଇଥିଲା ।

ନାମ ଯଜ୍ଞ ସଂକଳ୍ପ ରେ ବିକ୍ରମ କେଶରୀ ବୈଦ୍ୟ ବସିଥିବା ବେଳେ ପୂଜକ ବିଶ୍ଵନାଥ ଦାସ ଓ ଶାନ୍ତନୁ ଦାସ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରିଥିଲେ । ଆଜି ଉଦଯାପନି ଦିବସରେ ବୈଠକୀ ପାଲା, ପ୍ରବଚନ ଓ ନଗର କୀର୍ତ୍ତନ ହୋଇ ଚବିଶ ପ୍ରହର ନାମଯଜ୍ଞ ସମାପିତ ହୋଇଥିଲା । କମିଟି ସଭାପତି ପ୍ରତାପ କେଶରୀ ବୈଦ୍ୟ, କୋଷାଧ୍ଯକ୍ଷ କମଳ ଲୋଚନ ଗିରି ଙ୍କ ତତ୍ତ୍ଵାବଧାନ ରେ କମିଟି ସଦସ୍ୟ ସୁରେଶ ଚନ୍ଦ୍ର ସାହୁ,ଗିରିଶ ଚନ୍ଦ୍ର ବୈଦ୍ୟ, ଗଙ୍ଗାଧର ଗିରି, ରଞ୍ଜନ ସେଠୀ, ସତ୍ୟବ୍ରତ ଗିରି, ପିତାମ୍ବର ପ୍ରଧାନ, ଦେବାଶିଷ ବୈଦ୍ୟ, ଲୁଲୁ ବୈଦ୍ୟ, ଲିଟୁ , ଟୁଟୁ ଗିରି , ସୁଶୀଲ ଗିରି, ସୁରେଶ କୁମାର ସାହୁ, ଜୟନ୍ତ ଗିରି, ସମୀର ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ନାମଯଜ୍ଞ ଶୁଣିବାକୁ ଓ ଦେଖିବାକୁ ଗ୍ରାମ ତଥା ଆଖପାଖ ଅଞ୍ଚଳ ରୁ ହଜାର ହଜାର ଲୋକ ଙ୍କ ସମାଗମ ହୋଇଥିଲା l

Leave a Reply

Your email address will not be published. Required fields are marked *

error: Content is protected !!