ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ): ସୁବର୍ଣ୍ଣପୁର ଜିଲ୍ଲା ନର୍ସିଂ କର୍ମଚାରୀ ସଂଘ ତରଫରୁ ସ୍ଥାନୀୟ ଜିଲ୍ଲା ସଂସ୍କୃତି ଭବନରେ ଆନ୍ତର୍ଜାତିକ ସେବିକା ଦିବସ ପାଳିତ ହୋଇଯାଇଛି । ଏହି ଉତ୍ସବ ରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ନାରାୟଣ ନାୟକ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡ଼ାକ୍ତର ପ୍ରଦୀପ କୁମାର ଗୁରୁ ସେବିକାମାନେ ଆଶା, ଆଶ୍ୱାସନା ଓ ମମତାର ଜୀବନ୍ତ ପ୍ରତିଭୂ ବୋଲି ନିଜ ବକ୍ତବ୍ୟରେ ଉଲ୍ଲେଖ କରିଥିଲେ ।
ବରିଷ୍ଠ ସେବିକା ପୁଷ୍କାଞ୍ଜଳି ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ ଡ଼ାକ୍ତରଖାନା ଅଧିକ୍ଷକ ଡ଼ାକ୍ତର ଦୂର୍ଗାଦତ୍ତ ଦାଶ, ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକ୍ଷକଡ଼ାକ୍ତର ସତ୍ୟ ନାରାୟଣ ପାଣିଗ୍ରାହୀ, ନାଇକେନପାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକ୍ଷକ ଡ଼ାକ୍ତର ରାମ ଶଙ୍କର ତ୍ରିପାଠି, ଡୁଙ୍ଗୁରିପାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକ୍ଷକ ଡ଼ାକ୍ତର ରବୀନ୍ଦ୍ରନାଥ ପଣ୍ଡା, ଡ଼ିଆଇପିଆରଓ ଅଶ୍ୱିନୀ ଭୋଇ, ଉଲୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଜନସ୍ବାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ସାହୁ, ସରକାରୀ ଏଏନଏମ ତାଲିମ କେନ୍ଦ୍ରର ପ୍ରିନସିପାଲ ସ୍ମିତାଶ୍ରୀ ନାୟକ, ସ୍ୱାସ୍ଥ୍ୟ ପରିଦର୍ଶକ ପ୍ରମୋଦ କୁମାର ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଉପସ୍ଥିତ ସେବିକା ମାନଙ୍କୁ ଉତ୍ସର୍ଗୀକୃତ ସେବା ପ୍ରଦାନ ପାଇଁ ପରାମର୍ଶ କରିଥିଲେ।
ପ୍ରଦ୍ୟୁମ୍ନ ସାହୁ ନିଜ ବକ୍ତବ୍ୟରେ ସେବିକାମାନଙ୍କ ପାଇଁ ଏକ ଆମୋଦ କେନ୍ଦ୍ରର ଆବଶ୍ୟକତା ଥିବା ଉଲ୍ଲେଖ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ। ମଞ୍ଚ ପରିଚାଳନା କରିଥିଲେ ଆବ୍ରାହମ ଦାଶ । ଏହି ଅବସରରେ ନିୟତି ସାହୁ, ନିରୂପମା ମେହେର ଏବଂ ସ୍ମିତାଶୀ ନାୟକଙ୍କୁ ଉତ୍କୃଷ୍ଟ ସେବା ପାଇଁ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମ ଆୟୋଜନରେ ସଂପାଦକ ଧବଳେଶ୍ବର ମହାକୁର, ପ୍ରିୟବ୍ରତ ଝାଙ୍କର, ଏଲି ଭଞ୍ଜ, ଭାଗ୍ୟବତି ସା, ସିପୁନ କୁମାର ରାଉଲ, ଶ୍ରବଣ କୁମାର ସିଂ, ବିଭୁଦେନ୍ଦ୍ର ପ୍ରତାପ ବିଶ୍ୱାଳ ପ୍ରମୁଖ ସହଯୋଗ କରିଥିଲେ । ସେଵିକା ପ୍ରମୋଦିନି ରାଉତ, ଅଞ୍ଜଳି ବେହେରା,ସେବକ କ୍ଷୀରୋଦ ସେଠି, ମାନସ ରଞ୍ଜନ ଭୋଇ ଙ୍କ ଦ୍ବାରା ପୂଲ୍ ୱାମା ଆକ୍ରମଣ ଉପରେ ପରିବେଷିତ ନାଟକ ର ନିଖୁଣ ଅଭିନୟ ଉପସ୍ଥିତ ଅତିଥି ଓ ଦର୍ଶକ ଙ୍କ ପାଇଁ ହୃଦୟ ସ୍ପର୍ଶି ଥିଲା l ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।