ଯୁଡୋ କରାଟେ ସ୍କୁଲର ରାଜ୍ୟ ସ୍ତରୀୟ ସଫଳତା

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ): ଗତ ୯ ତାରିଖ ଠାରୁ ୧୧ ତାରିଖ ପର୍ଯ୍ୟନ୍ତ ରାୟଗଡ଼ା ର ଗୋପବନ୍ଧୁ ସ୍କୁଲ ଠାରେ ଓଡିଶା ରାଜ୍ୟ ବ୍ୟାୟାମ ସଂଘ ଓ ଥାଙ୍ଗ- ଟା ମାର୍ଶଲ ଆର୍ଟସ୍ ଏବଂ ମୁଆଥାଇ ( ଥାଇବକ୍ସିଂ) ଅନୁଷ୍ଠିତ ହୋଇଥିଲା ଏଥିରେ ୧୮ଟି ଜିଲ୍ଲାରୁ ୧୮୦ ପ୍ରତିଯୋଗୀ ଏବଂ ୪୦ ଜଣ ପରିଚାଳନା ଅଧିକାରୀ ଯୋଗ ଦେଇଥିଲେ ।ଏହି ପ୍ରତିଯୋଗିତା ରେ ସୁବର୍ଣ୍ଣପୁର କରାଟେ କୋଚ୍ ସୁଶାନ୍ତ କୁମ୍ଭାରଙ୍କ ନେତୃତ୍ଵରେ ୪ ଜଣ ଖେଳାଳି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା ବେଳେ ଉକ୍ତ ୪ ଜଣ ପଦକ ହାସଲ କରି ଜିଲ୍ଲା ର ଗୈାରବ ବୃଦ୍ଧି ସହାୟକ ହୋଇଥିଲେ।

ସୁବର୍ଣ୍ଣପୁର ଜିଲ୍ଲାର ସୁହାନା ଜଗଦଲା ଥାଙ୍ଗ- ଟା ମାର୍ଶଲ ଆର୍ଟସ୍ ରେ ସ୍ଵର୍ଣ୍ଣ ପଦକ ,ବ୍ୟାୟାମ ରେ ରୌପ୍ୟ ପଦକ ଓ ମୁଆଥାଇ ରେ ରୌପ୍ୟ ପଦକ ପାଇଥିବା ବେଳେ ସାହୁଲ ଖୁରା ଥାଙ୍ଗ- ଟା ମାର୍ଶଲ ଆର୍ଟସ୍ ରେ ସ୍ଵର୍ଣ୍ଣ ପଦକ ମୁଆଥାଇ ରେ ସ୍ଵର୍ଣ୍ଣ ପଦକ ଓ ବ୍ୟାୟାମ ରେ ବ୍ରୋଞ୍ଜ ପଦକ ପାଇଥିଲେ। ସେହିପରି ଶୃତି କୁମ୍ଭାର ଥାଙ୍ଗ- ଟା ମାର୍ଶଲ ଆର୍ଟସ୍ ରେ ସ୍ଵର୍ଣ୍ଣ ପଦକ,ମୁଆଥାଇ ରେ ସ୍ଵର୍ଣ୍ଣ ପଦକ ଓ ବ୍ୟାୟାମ ରେ ସ୍ଵର୍ଣ୍ଣ ପଦକ ପାଇଥିଲେ। ସେହିପରି କାବ୍ୟା ମେହେର ଥାଙ୍ଗ- ଟା ମାର୍ଶଲ ଆର୍ଟସ୍ ରେ ରୌପ୍ୟ ପଦକ,ବ୍ୟାୟାମ ରେ ସ୍ଵର୍ଣ୍ଣ ପଦକ ଓ ମୁଆଥାଇ ରେ ବ୍ରୋଞ୍ଜ ପଦକ ହାସଲ କରିଥିଲେ।

ଏହି ସଫଳତା ପାଇଁ ଅନୁଷ୍ଠାନ ସଭାପତି ସୁକାନ୍ତ ସାହୁ ଓ ସୁରଜ୍ ପୂଜାରୀ ଙ୍କ ସହିତ ସୁବର୍ଣ୍ଣପୁର ଜିଲ୍ଲାର ସମସ୍ତ କ୍ରୀଡ଼ାପ୍ରେମୀ ଙ୍କ ମଧ୍ୟରେ ଖୁସି ପ୍ରକାଶ ପାଇଥିବା ବେଳେ ସମସ୍ତ ଖେଳାଳି ଙ୍କ ର ଉଜ୍ୱଳ ଭବିଷ୍ୟତ କାମନା କରିବାସହ ସମସ୍ତ ଖେଳାଳି ଙ୍କୁ ଜିଲ୍ଲା ର ଜନସାଧାରଣ ଅନେକ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *

error: Content is protected !!