ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ) : ସୁବର୍ଣ୍ଣପୁର ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ତରଫରୁ ଗତ କାଲି ନାରଦ ଜୟନ୍ତୀ ସ୍ଥାନୀୟ ଦୟାନନ୍ଦ ପ୍ଲେ ସ୍କୁଲର ପରିସରରେ ପାଳନ ହୋଇଯାଇଛି। ବ୍ରହ୍ମାଙ୍କ ମାନସ ପୁତ୍ରଙ୍କ ଜନ୍ମ ଦିନରେ ସଂଘର ପ୍ରଚାର ବିଭାଗ ତରଫରୁ ମହାସମାରୋହରେ ପାଳନ ହୋଇଛି। ଏହି ବିଶେଷ କାର୍ଯ୍ୟକ୍ରମରେ ସମାଜ ତଥା ଦେଶକୁ ସଠିକ୍ ରାସ୍ତାରେ ପରିଚାଳନା ପାଇଁ ସାମ୍ବାଦିକ, ଲେଖକ ଓ ଲେଖିକା ମାନଙ୍କର ଗୁରୁତତ୍ୱପୂର୍ଣ୍ଣ ଭୂମିକା ରହିଛି। ପ୍ରଭୁ ନାରଦ ତାଙ୍କ ଜୀବନରେ ନିର୍ଭୀକ ଓ ଚତୁରତାର ଦ୍ଵାରା ଦେବତା ମାନଙ୍କ ମତ ପରିବର୍ତ୍ତନକରି ମାର୍ଗ ଦର୍ଶନ କରିପାରୁଥିଲେ।
ସାମ୍ବାଦିକ ଦେଶର ଚତୁର୍ଥ ସ୍ତମ୍ବର କର୍ତ୍ତବ୍ୟର ବିଷୟକୁ ନେଇ ସଂଘ ପକ୍ଷରୁ କାର୍ଯ୍ୟକ୍ରମ ଆୟୋଜନ ହୋଇଛି। ଏହି କାର୍ଯ୍ୟକ୍ରମରେ ସଂଘର ଜିଲ୍ଲା ସଂଘ ଚାଳକ ଦିଲ୍ଲୀପ କୁମାର ତ୍ରିପାଠୀ ମୁଖ୍ୟ ଅତିଥି ଓ ଦୟାନନ୍ଦ ପ୍ଲେ ସ୍କୁଲର ପରିଚାଳକ ଶିବ ପ୍ରସାଦ ପାତ୍ର ମୁଖ୍ୟ ବକ୍ତା ଭାବରେ ସାମ୍ବାଦିକ, ଲେଖକ ଓ ଲେଖିକା ମାନଙ୍କର ମହାନ କର୍ତ୍ତବ୍ୟ ଦ୍ଵାରା ବିମର୍ଶ ସୃଷ୍ଟି ହୋଇ ସମାଜର ପରିବର୍ତ୍ତନ ତଥା ଶାସକ, ନାଗରିକଙ୍କୁ ସଠିକ୍ ଦିଗ ଦର୍ଶନ ଦେଖାଇବାର ମହାନ କାର୍ଯ୍ୟକୁ ସମ୍ପାଦନ ବିଷୟ ରଖିଥିଲେ।
ଏହି କାର୍ଯ୍ୟକ୍ରମରେ ଅନେକ ସାମ୍ବାଦିକ, ଲେଖିକା ଓ ଲେଖକ ମାନଙ୍କୁ ମୁଖ୍ୟ ଅତିଥି ତଥା ଜିଲ୍ଲା ସଂଘାଚାଳକ ଦିଲ୍ଲିପ ତ୍ରିପାଠୀ, ସହ ଜିଲ୍ଲା ସଂଘାଚାଳକ ଜୟଦ୍ରଥ ଜଗଦଲା, ମୁଖ୍ୟ ବକ୍ତା ଶିବପ୍ରସାଦ ପାତ୍ରଙ୍କ ଦ୍ଵାରା ସମ୍ବର୍ଦ୍ଧନା କରିଥିଲେ।ଏହି କାର୍ଯ୍ୟକ୍ରମକୁ ଜଲଦେବ ବରିହା ମଞ୍ଚ ପରିଚାଳନା କରିଥିଲେ। ସଭାଶେଷରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଜିଲ୍ଲା ପ୍ରଚାର ପ୍ରମୁଖ ରଶ୍ମିରଞ୍ଜନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନେକ ସାମ୍ବାଦିକ, ଲେଖକ ଲେଖିକା ସହିତ ନଗର ପ୍ରଚାର ପ୍ରମୁଖ ରାଜେଶ୍ ସିଂ, ଜିଲ୍ଲା ସମ୍ପର୍କ ପ୍ରମୁଖ ରାଜେନ୍ଦ୍ର ନାୟକ, ଚନ୍ଦନ ପ୍ରହରାଜ, ଅଚ୍ୟୁତାନନ୍ଦ ମହାନ୍ତି, ସୁବାସ ମିଶ୍ର, କେଦାର ଦାସ, ସନ୍ତୋଷ ମହାପାତ୍ର ପ୍ରମୁଖ ସହଯୋଗ କରିଥିଲେ।
