୯୦ ପ୍ରତିଶତ ମାର୍କ ରଖିଥିବା ଯୁକ୍ତଦୁଇ ଛାତ୍ରଛାତ୍ରୀଙ୍କୁ ଏକ ଲକ୍ଷଟଙ୍କା ପ୍ରଦାନ କରିବ ଆପ୍ରାଇଜ଼ ଗ୍ରୁପ୍

ବରଗଡ (ମୁକୁନ୍ଦ ଦାସ) ପଶ୍ଚିମ ଓଡିଶାର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଆପ୍ରାଇଜ଼ ଗ୍ରୁପ ତାର ବିଭିନ୍ନ ଶାଖାମାନଙ୍କରେ ବାପା ଓ ମା ଛେଉଣ୍ଡ ଛାତ୍ର ଓ ଛାତ୍ରୀ ମାନଙ୍କୁ ସମ୍ପୂର୍ଣ ମାଗଣାରେ ପାଠ ପଢାଇଵ ଓ ଯୁକ୍ତ ଦୁଇରେ ୯୦ ପ୍ରତିଶତ ମାର୍କ ରଖି ଥିବା ଛାତ୍ର ଓ ଛାତ୍ରୀ ମାନଙ୍କୁ ଏକ ଲକ୍ଷ ଟଙ୍କା ନଗଦ ରାଶି ପ୍ରଦାନ କରିଆସୁଛି ଏହା ସହିତ ସହିଦ ବୀର ଯବାନ ମାନଙ୍କ ପୁଅ ଓ ଝିଅ ମାନଙ୍କୁ ମଧ୍ୟ ମାଗଣା ରେ ଶିକ୍ଷାଦାନ କରିବ ବୋଲି ଅନୁଷ୍ଠାନ ର ଅଧ୍ୟକ୍ଷ ତଥା ବିଶିଷ୍ଟ ଶିକ୍ଷାବିତ ଇଂ ଜଗଦୀଶ ଚନ୍ଦ୍ର ବେହରା ସୂଚନା ପ୍ରଦାନ କରିଛନ୍ତି l

ପ୍ରକାଶ ଥାଉ କି ମହାମାରୀ କରୋନା ସମୟରେ ନିଜ ମା ବାପା ଙ୍କୁ ହରେଇ ଥିବା ପୁଅ ଝିଅ ତଥା ଗରିବ ଶ୍ରେଣୀ ରେ ଅନ୍ତର୍ଭୁକ୍ତ ଥିବା ପୁଅ ଝିଅ ମାନଙ୍କୁ ଉଚ୍ଚ ମାନ ର ଶିକ୍ଷା ଦାନ କରିବା ସହିତ ସମ୍ପୂର୍ଣ ଭାବରେ ମାଗଣା ଶିକ୍ଷାଦାନ କରା ଯିବ ବୋଲି ଆପ୍ରାଇଜ଼ ଗ୍ରୁପ ପକ୍ଷ ରୁ ଏକ ପ୍ରେସ୍ ବିବୃତି ରେ ସୂଚନା ପ୍ରଦାନ କରା ଯାଇଛି l ଏହି ଖବର ପାଇଁ ଅଭିଭାବକ ମହଲ ରେ ଖୁସି ଖବର ଖେଳି ଯାଇଛି l ଆଜି ଏହି ପରି ବାପା ମା ଛେଉଣ୍ଡ ଜଣେ ଛାତ୍ରୀ ଙ୍କୁ ପ୍ରଥମ ପର୍ଯ୍ୟାୟ ରେ ତାଙ୍କ ନାମ ଚୟନ ହୋଇଛି l

Leave a Reply

Your email address will not be published. Required fields are marked *

error: Content is protected !!