ସୁବର୍ଣ୍ଣପୁର ଠାରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ) : ଆଜି ଅପରାହ୍ନ ରୁ ସନ୍ଧ୍ୟା ପର୍ଯ୍ୟନ୍ତ ବ୍ଲକ ଛକ, ସୋନପୁର ଠାରେ ପଶ୍ଚିମ ଓଡିଶା ଟ୍ରାଫିକ ସଚେତନତା ସଂସ୍ଥା ଓ ଆଞ୍ଚଳିକ ପରିବହନ ବିଭାଗ ସୁବର୍ଣ୍ଣପୁରର ମିଳିତ ସହଯୋଗ ରେ ଏକ ସଡକ ସୁରକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଟ୍ରାଫିକ ସଚେତନତା ସଂସ୍ଥା ର ସଂଯୋଜକ ଚନ୍ଦ୍ର ଶେଖର ଭରା ସାଗର ଙ୍କ ସଂଯୋଜୋନା ରେ ଉକ୍ତ କାର୍ଯ୍ୟକ୍ରମ ରେ ଆଞ୍ଚଳିକ ପରିବହନ ଅଧିକାରୀ ସୁବର୍ଣ୍ଣପୁର ଅକ୍ଷୟ କୁମାର ଜେନା ମୋଟର ଯାନ ନୀରିକ୍ଷକ, ସୁବର୍ଣ୍ଣପୁର ଓ ପରିବହନ ବିଭାଗ ର ସମସ୍ତ କର୍ମଚାରୀଙ୍କ ସମେତ ପୋଲିସ ବିଭାଗର ଡେପୁଟି ପୋଲିସ ଅଧିକ୍ଷକ ଶ୍ରୀଯୁକ୍ତ ଚନ୍ଦ୍ରଶେଖର ଶବର , ସହାୟକ ସବ ଇନ୍ସପେକଟର ଶ୍ରୀ ସୁଶୀଲ ବିଶୀଙ୍କ ସମେତ ଅନ୍ୟାନ୍ୟ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ।

ଅମାନିଆ ଗାଡି ଚାଳକଙ୍କୁ ଅଟକାଇ କଡାକଡି ଭାବରେ କାଗଜ ପତ୍ର ଯାଞ୍ଚ କରାଯାଇଥିଲା ।ଏଥିରେ ବିନା ହେଲମେଟ ଓ ଲାଇସେନ୍ସ ନ ଥିବା ୧୫ ଜଣ ଗାଡ଼ି ଚାଳକ ଙ୍କ ବିରୋଧରେ ଚାଲାଣ କଟା ଯାଇଥିଲା l ଦୁଇ ଜଣ ମଦ୍ୟପ ଚାଳକ ଙ୍କ ଗାଡି କୁ ଜବତ କରିବା ସଂଗେସଂଗେ ଏକ ନାବାଳକ ଗାଡି ଚାଳକ ର ଗାଡିକୁ ଜୋରିମାନା ମଧ୍ୟ କରା ଯାଇଥିଲା । ଆଗକୁ ଏହି କାର୍ଯ୍ୟକ୍ରମ ବ୍ୟାପକ ଭାବରେ ଯାଞ୍ଚ କରାଯିବ ବୋଲି ଆଞ୍ଚଳିକ ପରିବହନ ଅଧିକାରୀ ସୁବର୍ଣ୍ଣପୁର ଶ୍ରୀଯୁକ୍ତ ଅକ୍ଷୟ କୁମାର ଜେନା ଜନ ସାଧାରଣଙ୍କୁ ମିଡିଆ ମାଧ୍ୟମ ରେ ଅବଗତ କରାଇଛନ୍ତି l

Leave a Reply

Your email address will not be published. Required fields are marked *

error: Content is protected !!