ଜିଲ୍ଲାସ୍ତରୀୟ ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ l

ରାୟଗଡ଼ (ଗୋପୀନାଥ ଗୌଡ଼) : ରାୟଗଡ଼ ଜିଲ୍ଲା ଆଞ୍ଚଳିକ ପରିବହନ କର୍ତ୍ତୃପକ୍ଷ ତରଫରୁ ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହରେ ଜିଲ୍ଲାପାଳ ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲାପାଳଙ୍କ ନିର୍ଦ୍ଧେଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନବୀନ ଚନ୍ଦ୍ର ନାୟକ ବୈଠକରେ ଅଧ୍ୟକ୍ଷତା କରିଥିବା ବେଳେ, ଅରକ୍ଷୀ ଅଧିକ୍ଷକ ରାୟଗଡ ଏସ ସ୍ୱାତୀ କୁମାର, ଉପଜିଲ୍ଲାପାଳ ରାୟଗଡ଼ ଶ୍ରୀ ରମେଶ କୁମାର ଜେନା, ଆୱାସି ମାଧ୍ୟମରେ ଗୁଣୁପୁର ଉପଜିଲ୍ଲାପାଳ ସୁଶ୍ରୀ କିରନ ଦୀପ କୌର ସାହାଟେ ପ୍ରମୁଖ ଯୋଗଦାନ କରିଥିଲେ l ଏହି ବୈଠକରେ ପୂର୍ବ ବୈଠକରେ ନିଷ୍ପତିର କାର୍ଯ୍ୟକାରିତା ଉପରେ ସମୀକ୍ଷା କରିଥିଲେ l ବିଶେଷ କରି ରାୟଗଡ଼ ଜିଲ୍ଲାର ବିଭିନ୍ନ ଥାନା ଅନ୍ତର୍ଗତ ଜାତୀୟ ରାଜପଥ ଓ ରାଜ୍ୟ ରାଜପଥ ଛକ ଗୁଡିକରେ ନିହାତି ଆବଶ୍ୟକ ବ୍ୟବସ୍ଥା ଉପରେ ଆଲୋଚନା କରା ଯାଇଥିଲା।

ନିଆଯାଇଥିବା କାର୍ଯ୍ୟକ୍ରମ ଯଥା ସାଇନ୍ ବୋର୍ଡ, ରୁମବ୍ଲେର୍ସ ବ୍ୟବସ୍ଥା, ବସ୍ କଟିଙ୍ଗ, ରେଡିୟମ ଲାଇଟ ବ୍ୟବସ୍ଥା ଉପରେ ଆଲୋଚନା କରାଯାଇଥିଲା l ଏହି ସବୁ ବ୍ୟବସ୍ଥା କାର୍ଯକାରୀ ନ କରିଥିଲେ ତୁରନ୍ତ କାର୍ଯ୍ୟକାରୀ କରିବାକୁ ବୈଠକରେ ଅରକ୍ଷୀ ଅଧିକ୍ଷକ କହିଛନ୍ତି l ସ୍ଥାନୀୟ ନାଗlବଳି ପ୍ଲାନେଟୋରିଅମ ପାଖରେ ସ୍ପିଡ଼ ବ୍ରେକର ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ କହିଥିଲେ l ରାୟଗଡ ସହରର ବିଭିନ୍ନ ସପିଙ୍ଗ ମୋଲ, ବ୍ୟାଙ୍କ, ଗାଡ଼ି ଶୋ ରୁମ ଗୁଡିକରେ ବେଆଇନ ଭlବରେ ଗାଡ଼ି ପlର୍କିଙ୍ଗ କରା ଯାଉଥିବାରୁ ଗାଡ଼ି ଚଳାଚଳ ଅସୁବିଧା ହେଉଥିବାରୁ ତୁରନ୍ତ ଏହାର ସମାଧାନ କରିବାକୁ କିଛି ସଦସ୍ୟ ଦୃଷ୍ଠି ଆକର୍ଷଣ କରିଥିଲେ l ରେଲୱେ ଷ୍ଟେସନ ଛକରୁ ଜିଲ୍ଲାପାଳଙ୍କ ବାସଭବନ ଛକ, ହୋଣ୍ଡା ଶୋ ରୁମ ଏବଂ ବ୍ଲକ ଛକରୁ ସାଇରାମ ପାର୍ଲର ପର୍ଯ୍ୟନ୍ତ ଗାଡି ଚଳlଚଳ ଅସୁଵିଧା ଦେଖା ଦେଉଥିବାରୁ ସୁଧାରିବାକୁ ଦୃଷ୍ଟି ଗୋଚର କରାଯାଇଥିଲା l

ଆରଟିଓ ଓ ପୋଲିସର କଡାକଡି ଯାଞ୍ଚ କରିବାକୁ ଆରକ୍ଷୀ ଅଧିକ୍ଷକ ନିର୍ଦେଶ ଦେଇଥିଲେ l ଚଳିତ ଅପ୍ରେଲ ମାସ ସୁଦ୍ଧା ଦ୍ରୁତ ଗତିରେ ଗାଡ଼ି ଚାଳନା ପାଇଁ ୧୫ଜଣକରୁ ୧୫ହଜାର ଟଙ୍କା, ବିନା ହେଲେମେଟରେ ଗାଡ଼ି ଚାଳନା ପାଇଁ ୯୬୫ଜଣକରୁ ୯ଲକ୍ଷ ୬୫ହଜାର, ବିନା ସିଟି ବେଲ୍ଟରେ ଗାଡ଼ି ଚାଳନା ପାଇଁ ୨୯୪ଜଣକରୁ ୩ଲକ୍ଷ ୨ହଜାର ୫ଶହ ଟଙ୍କା, ଅନ୍ୟାନ୍ୟ ଫାଇନ ବାବଦକୁ ୨୩୩ଜଣକ ଠାରୁ ୧ଲକ୍ଷ ୮୨ହଜାର ୫ଶହ ଟଙ୍କା ମିଶି ସର୍ବମୋଟ ଜରିମାନା ୧୪ଲକ୍ଷ ୬୫ହଜାର ଟଙ୍କା ଆଦାୟ କରାଯାଇଥିବା ଜଣାପଡିଛି l ଆଗକୁ ଆହୁରି କଡାକଡି ଯାଞ୍ଚ କରିବାକୁ ବୈଠକରେ କୁହାଯାଇଛି lଏହି ବୈଠକରେ ଆରଟିଓ ଶିବଶଙ୍କର ଚୌଧୁରୀ, ଆଞ୍ଚଳିକ ପରିବହନ କମିଟିର ସଦସ୍ୟ ମାନେ, ବିଭିନ୍ନ ବ୍ଲକରୁ ବିଡ଼ିଓ, ଥାନାରୁ ଥାନା ଅଧିକାରୀ ଯୋଗଦାନ କରି ଆଲୋଚନା ରେ ଅଂଶଗ୍ରହଣ କରିଥିଲେ l

Leave a Reply

Your email address will not be published. Required fields are marked *

error: Content is protected !!