ଅନୁଗୋଳ (ଅଜିତ୍ କୁମାର ଭୋଇ) : ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଭିଡ଼ିଓ କନଫରେନ୍ସ ହଲରେ ଓଶ୍ୱାସ ସଫ୍ଟୱେୟାର୍ ମାଧ୍ୟମରେ ଅନଲାଇନ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏଣିକି କର୍ମଚାରୀ ଆଉ କାଗଜ କଲମ ଦରକାର ନକରି ସିଧାସଳଖ ବ୍ଲକ ସ୍ତରରେ ଅନୁଷ୍ଠିତ ବିଭିନ୍ନ କାର୍ଯ୍ୟକ୍ରମକୁ ଏହି ଓଶ୍ୱାସ ମାଧ୍ୟମରେ କିଭଳି ସଫଳ ରୂପାୟନ କରିବେ ସେ ଦିଗରେ ତାଲିମ ଅନୁଷ୍ଠିତ ହୋଇଥିଲା।ଏଥିରେ ବ୍ଲକ ରେ ଥିବା ଛଅ ବିଭାଗ ରେଭିନ୍ୟୁ, ଏଜୁକେସନ,ହେଲଥ,ପଞ୍ଚାୟତି ରାଜ,ଆଇ.ସି.ଡି.ଏସ,ଭେଟନାରୀ ଆଦି ବିଭାଗର ସମସ୍ତ କର୍ମଚାରୀ ପ୍ରଶିକ୍ଷଣ ନେଇଥିଲେ।
ଏଥରେ ବିଡ଼ିଓ ଲୋଚନ ଦାସ ଅଧ୍ୟକ୍ଷତା କରିଥିଲେ।ସେହିପରି ବ୍ଲକ ମୀଟିଙ୍ଗ ହଲରେ ଵୋଥ ସ୍ତରୀୟ (ବ୍ଲୋ) ଅଧିକାରୀ ମାନଙ୍କୁ ନେଇ ଏକ ଜାତୀୟ ସ୍ତରୀୟ ପ୍ରଶିକ୍ଷଣ ଅନୁଷ୍ଠିତ ହୋଇଯାଇଛି ।ଉପଜିଲ୍ଲାପାଳ ମାୟାଧର ବେହେରା ପହଁଚି ଏହାର ଉଦଘାଟନ କରିବା ସହ ନିର୍ଭୁଲ ଭୋଟର ତାଲିକା ଉପରେ ସଚେତନତା କରାଇଥିଲେ।ଦିଲ୍ଲୀ ଫେରନ୍ତା ମାଷ୍ଟର ଟ୍ରେନର ସୌମ୍ୟ ରଞ୍ଜନ ପଟ୍ଟ ନାୟକ ଯୋଗ ଦେଇ ଏହି ଅଧିକାରୀ ମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ।ସୂଚନା ଥାଉକି ଦୈନିକ ପଚାସ ଜଣକୁ ନେଇ ଏହି ଵୋଥ ସ୍ତରୀୟ ବୈଠକ ଚାଲୁ ରହିବ।ଏଥିରେ ବିଡ଼ିଓ ଲୋଚନ ଦାସ,ଏବିଡ଼ିଓ ମାଧବ ପାଣିଗ୍ରାହୀ,ସିଡିପିଓ ଲିଲି ଦାସ ପ୍ରମୁଖ ଉପସ୍ଥିତ ଥିଲେ।