ପଏଁରୀ ଅନୁଷ୍ଠାନ ପକ୍ଷରୁ “ପାଶ୍ଚାତ୍ୟ ବାଦ୍ୟ ଓ ଲୋକ ନୃତ୍ୟ” ଉପରେ ଆଲୋଚନା ଚକ୍ର

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ): ସୁବର୍ଣ୍ଣପୁର ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପଏଁରୀ ପକ୍ଷରୁ ପି ଏମ୍‌ ଶ୍ରୀ କୁଶଳେଶ୍ୱର ଉଚ୍ଚ ବିଦ୍ୟାଳୟ, ଡୁଙ୍ଗୁରିପାଲି ଠାରେ ଏକ ସାରସ୍ୱତ ସାଂସ୍କୃତିକ ସଂପାନ ଓ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ପାଶ୍ଚାତ୍ୟ ବାଦ୍ୟ ଓ ଲୋକ ନୃତ୍ୟ ” ଶୀର୍ଷକରେ ପଏମ୍‌ଶ୍ରୀ କୁଶଳେଶ୍ୱର ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ର୍ରୀଯୁକ୍ତ ବାବୁଲାଲ ସାହୁ ଙ୍କ ଅଧ୍ୟକ୍ଷତାରେ ଓ ପଏଁରୀ ଅନୁଷ୍ଠାନର ସଂପାଦକ ଶ୍ରୀ ଚୌଧୁରୀ ବିଭାରଙ୍କ ସଂଯୋଜନା ଅନୁଷ୍ଠିତ ହେଇଥିଲା ।

ପ୍ରଥମେ ଏହି ସୋପାନରେ ବିଜ୍ଞାନ ଶିକ୍ଷକ ତଥା ନାଟ୍ୟ ନିର୍ଦ୍ଦେଶକ ଶ୍ରୀ ଚକାନୟନ ମେହେର, କବି ତଥା ଲେଖକ ଶ୍ରୀ ଏକାଦଶିଆ ବରଗେଇ, ନାଟ୍ୟକାର ଶ୍ରୀମତୀ ନନ୍ଦନୀ ମହାନା, ଶିକ୍ଷକ ଶ୍ରୀ ସଂଜୟ ସାହୁ ଆଲୋଚକ ଭାବରେ ଯୋଗଦାନ କରି ପାଶ୍ଛାତ୍ୟ ବାଦ୍ୟ ଓ ଲୋକ ନୃତ୍ୟ ବିଷୟରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ପାଠ ସହିତ ନାଚ ଓ ଗୀତ ଜାଣିବା ଅତି ଜରୁରୀ ବୋଲି ପ୍ରଧାନ ଶିକ୍ଷକ ଶ୍ର୍ରୀ ବାବୁଲାଲ ସାହୁ ତାଙ୍କ ସଭାପତିତ୍ୱ ବକ୍ତବ୍ୟରେ ଛାତ୍ର ଛାତ୍ରୀ ମାନଙ୍କୁ ଉପଦେଶ ପ୍ରଦାନ କରିଥିଲେ । ପଏଁରୀ ଅନୁଷ୍ଠାନର ସଂପାଦକ ନୃତ୍ୟ ନିର୍ଦ୍ଦେଶକ ତଥା ଲୋକକଳା ଗବେଷକ ଶ୍ରୀ ଚୌଧୁରୀ ବିଭାର “ପାଶ୍ଛାତ୍ୟ ବାଦ୍ୟ ଓ ଲୋକ ନୃତ୍ୟ” ଶୀର୍ଷକ ଏକ ଭାବୋଦ୍ଦୀପକ ପ୍ରବନ୍ଧ ଉପସ୍ଥାପନା କରିଥିଲେ । ପରେ ସାଂସ୍କୃତିକ କର୍ମଶାଳା ଆରମ୍ଭ ହୋଇଥିଲା ।

ଶିକ୍ଷାନୁଷ୍ଠାନର ଛାତ୍ର ଛାତ୍ରୀ ମାନଙ୍କୁ ବିଭିନ୍ନ ବାଦ୍ୟ ସହିତ ଲୋକ ନୃତ୍ୟ କେମିତି ପରିବେଷଣ କରାଯାଏ ତା ଉପରେ ବିଭିନ୍ନ ବାଦ୍ୟ ଓ ନୃତ୍ୟ ଭଙ୍ଗୀ ମାନ ଶିକ୍ଷା ଦିଆଯାଇଥିଲା । ଆୟୋଜିତ ସଂପାନରେ ଓ ସାଂସ୍କୃତିକ କର୍ମଶାଳାରେ ଶିକ୍ଷାନୁଷ୍ଠାନର ଶତାଧିକ ଛାତ୍ର ଛାତ୍ରୀ ଅଂଶଗ୍ରହଣ କରି ନିଜ ନିଜର ମତ ବିନିମୟ କରିଥିଲେ । ନୃତ୍ୟ ନିର୍ଦ୍ଦେଶକ ଚୌଧୁରୀ ବିଭାର ଲୋକନୃତ୍ୟ ଓ ଲୋକଗୀତ ପରିବେଷଣ କରି ଛାତ୍ର ଛାତ୍ରୀ ମାନଙ୍କୁ ନାଚ ମାଧ୍ୟମ ରେ ସାମିଲ କରି ଥିଲେ । ଶେଷରେ ଶିକ୍ଷାନୁଷ୍ଠାନର ଶିକ୍ଷକ ଶ୍ରୀ ମାନସ ବାବୁ ଧନ୍ୟବାଦ ଅର୍ପଣ କରିଥିଲେ ।ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ

Leave a Reply

Your email address will not be published. Required fields are marked *

error: Content is protected !!
Powered by Joinchat