ନାଲକୋ ନଗର ବଣିକ ସଙ୍ଘର ନିର୍ବାଚନ

ଅନୁଗୋଳ(ଅଜିତ୍ କୁମାର ଭୋଇ) : ଅନଗୁଳ ଜିଲ୍ଲା ବନରପାଳ ବ୍ଲକ ଅନ୍ତର୍ଗତ ନାଲକୋ ବଜାର ବଣିକ ସାଙ୍ଗରେ ପୁନଃ ଆଗାମୀ ବର୍ଷ ପାଇଁ ନୂତନ କର୍ମକର୍ତ୍ତା ମନୋନୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି l ଚଳିତ ବର୍ଷ ପାଇଁ ସଙ୍ଘର ସଭାପତି ଭାବେ ଶ୍ରୀ ବିଷ୍ନୁ ପ୍ରସାଦ ପଣ୍ଡାଙ୍କୁ ସର୍ଵ ସମ୍ମତି କ୍ରମେ ଅନୁମୋଦନ କରାଯାଇଥିଲା l ଶ୍ରୀ ଅଶୋକ କୁମାର କର ମହୋଦୟଙ୍କୁ ସଭାପତିଙ୍କର ଉପଦେଷ୍ଟା ରୂପେ ବଛାଯାଇଥିଲା lସଙ୍ଘର ସମ୍ପାଦକ ଭାବରେ ପ୍ରତାପ କୁମାର ବିଳାସ ଓ ତାଙ୍କ ର ଉପଦେଷ୍ଟା ଭାବରେ ଏ ଶୁଭା ରାଓ ପତ୍ର ଙ୍କୁ ମନୋନୀତ କରାଯାଇଥିଲା l ଏହି କ୍ରମରେ କୋଷାଧକ୍ଷ ଭାବରେ ଶୁଶିଲ କୁମାର ମହନ୍ତ ଓ ଉପ ସଭାପତି ତଥା ଉପ ସମ୍ପାଦକ ଭାବରେ ବାବୁଲା ପ୍ରଧାନ ଓ ଶ୍ରୀକାନ୍ତ କୁମାର ସାହୁ ଙ୍କୁ ସର୍ବ ସମ୍ମତି କ୍ରମେ ମନୋନୟନ କରାଯାଇଥିଲା l

ସଙ୍ଘ ର ପରିଚାଳନା କମିଟୀରରେ ୧୦ ଜଣ ସଦସ୍ୟଙ୍କୁ ମଧ୍ୟ ମନୋନୀତ କରାଯାଇ ଥିଲା l ସେମାନଙ୍କ ମଧ୍ୟରେ ରମେଶ ଚନ୍ଦ୍ର ଧଳ, ଦୟାନିଧି ମହାପାତ୍ର, ଦୀପକ ସାହୁ, ବିହାରିଲାଲ ଗୁପ୍ତା, ସନ୍ତୋଷ କୁମାର ସାହୁ, ମୁରଲୀ ସାହୁ, ରାକେଶ ବେହେରା, ଅନୁପ ନାଥ, ନବକିଶୋର ରାଉତ ଅନ୍ୟତମ l ଏହିଠାରେ ସୂଚନା ଥାଉକି ଏହି ବଣିକ ସଙ୍ଘ ର ସଦସ୍ୟମାନେ ମହାଲକ୍ଷ୍ମୀ ପୂଜା କମିଟି କୁ ମଧ୍ୟ ପରିଚାଳନା କରିଥାନ୍ତି l ପ୍ରତ୍ୟକ ବର୍ଷ ଏହି କମିଟି ଦ୍ୱାରା ମା ଲଷ୍ମୀ ଙ୍କ ପୂଜା ବଡ଼ ଯାକଜାମକ କରାଯାଇ ଥାଏ l ନାଲକୋ ଅଞ୍ଚଳରେ ସବୁଠାରୁ ବଡ଼ ପେଣ୍ଡାଲ ଓ ଅଳଙ୍କାର ସୁସଜ୍ଜିତ ମାଙ୍କ ପ୍ରତିମା କୁ ଦର୍ଶନ କରିବା ପାଇଁ ଭକ୍ତଙ୍କ ପ୍ରବଳ ଭିଡ଼ ହୁଏ lଅଜିତ୍ କୁମାର ଭୋଇ

Leave a Reply

Your email address will not be published. Required fields are marked *

error: Content is protected !!