ଓଷ୍ଟା ପକ୍ଷରୁ ବିଇଓ ଙ୍କ ଜରୀଆରେ ସ୍ମାରକ ପତ୍ର ପ୍ରଦାନ

ଗଞ୍ଜାମ/ବୁଗୁଡା (ସୋରେନ କୁମାର ପ୍ରଧାନ): ଓଡିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି ଆହ୍ୱାନ କ୍ରମେ ବୁଗୁଡା ବ୍ଲକ ଓଷ୍ଟା ପକ୍ଷରୁ ଅଗଷ୍ଟ ୨ ତାରିଖ ଦିନ ଓଡ଼ିଶାର ମୁଖ୍ୟମନ୍ତ୍ରୀ, ଉଚ୍ଚ ଶିକ୍ଷା ମନ୍ତ୍ରୀ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ମହୋଦୟଙ୍କ ଉଦ୍ଦେଶ୍ୟରେ ବୁଗୁଡା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଜରୀଆରେ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଓଷ୍ଟାର ବୁଗୁଡା ବ୍ଲକ ସଭାପତି ପ୍ରଶାନ୍ତ କୁମାର ଗୌଡ଼ ଓ ସମ୍ପାଦକ କାହ୍ନୁ ଚରଣ ସ୍ୱାଇଁଙ୍କ ନେତୃତ୍ୱରେ ହାଇ ସ୍କୁଲ ଶିକ୍ଷକ ଓ ଶିକ୍ଷୟିତ୍ରୀ ବୃନ୍ଦ ବିଇଓ ଅଫିସ ସମ୍ମୁଖରେ ଧାରଣାରେ ବସିଥିଲେ। ବିଇଓଙ୍କ ଅନୁପସ୍ଥିତରେ ମୁଖ୍ୟ କିରାଣୀଙ୍କୁ ୬ ଟି ଦାବି ପୂରଣ ପାଇଁ ମୁଖ୍ୟମନ୍ତ୍ରୀ, ଉଚ୍ଚ ଶିକ୍ଷା ମନ୍ତ୍ରୀ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରିଥିଲେ। ସରକାର ଦାବି ପୂରଣ ନକଲେ ସମନ୍ୱୟ ସମିତି, ଅନିଚ୍ଛା ସ୍ଵତ୍ତ୍ୱେ ବାଧ୍ୟହୋଇ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!