ଚମ୍ପୁଆ ବ୍ଲକ ପାଇଁ ବିଜେଡି ସଭାପତି ଓ ନଗର ସଭାପତିଙ୍କ ନାମ ଘୋଷିତ

କେନ୍ଦୁଝର/ଚମ୍ପୁଆ (ରିପୋର୍ଟ୍ – ପ୍ରଦୀପ ମହାନ୍ତ) : ବିଜୁ ଜନତା ଦଳ ପକ୍ଷରୁ କେନ୍ଦୁଝର ଜିଲ୍ଲାର ବିଭିନ୍ନ ବ୍ଲକ ଓ ସହରାଂଚଳର ସଭାପତିଙ୍କ ନାମ ଘୋଷଣା କରାଯାଇଛି । ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟାରେ ଦଳୀୟ ନେତାମାନେ ନିଦ୍ୱର୍ନ୍ଦରେ ମନୋନୀତ ହୋଇଛନ୍ତି । ବିଜୁ ଜନତା ଦଳ ରାଜ୍ୟ ସଭାପତି ନବୀନ ପଟ୍ଟନାଏକଙ୍କ ଅନୁମୋଦନ କ୍ରମେ ଏହି ନୂତନ ସଭାପତିଙ୍କ ନାମ ଘୋଷଣା କରାଯାଇଛି । ଏହି କ୍ରମରେ ଚମ୍ପୁଆ ବ୍ଲକ ପାଇଁ ଶ୍ରୀଯୁକ୍ତ ଗଣେଷ କୁମାର ଖିଲାର ଓ ଚମ୍ପୁଆ ଏନ.ଏ.ସି ପାଇଁ ୧ନଂ ୱାର୍ଡ କାଉନସିଲର ଛତ୍ରପତି ନାଏକଙ୍କ ନାମ ଘୋଷଣା କରାଯାଇଛି । ଜିଲ୍ଲା ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ଜେନା ବିଧିବଧ ସୂଚନା ଦେଇଛନ୍ତି ।

ସୂଚନା ଥାଉକି ଶ୍ରୀ ଖିଲାର ଦିର୍ଘ ବର୍ଷ ଧରି ଚମ୍ପୁଆ ବିଧାୟକ ସନାତନ ମହାକୁଡଙ୍କ ନିକଟତମ ଆନୁଗତ୍ୟ ଭାବେ ଜନସେବା କରି ଆସୁଅଛନ୍ତି । ସେହିପରି ଚମ୍ପୁଆ ଏନ.ଏ.ସି ୧ ନଂ ୱାର୍ଡ ଗୋଧୂଳିର କାଉନସିଲର ଶ୍ରୀ ନାଏକ ଛାତ୍ର ଜୀବନରୁ ଜନସେବା ପ୍ରତି ରୁଚି ରଖିଥିବା ବେଳେ ଚଳିତ ଥର କାଉନସିଲର ଭାବରେ ନିର୍ବାଚିତ ହୋଇଥିଲେ । ତାଙ୍କରି କାର୍ଯ୍ୟକାଳ ଭିତରେ ୧ନଂ ୱାର୍ଡର ଅନେକ ଉନ୍ନତିମୂଳକ କାର୍ଯ୍ୟ ହୋଇଥିବାରୁ ସାଧାରଣରେ ଆନନ୍ଦ ପ୍ରକାଶ ପାଇଛି । ଗୋଧୂଳି ଗ୍ରାମ ପୂର୍ବରୁ ଅନେକ ସରପଂଚ, ଚେୟାରମ୍ୟାନ ଆଦିକୁ ସୃଷ୍ଟି କରିଥିବା ବେଳେ ସେ ସମୟରେ କୌଣସି ଆଖି ଦୃଶିଆ କାର୍ଯ୍ୟ ହୋଇ ପାରିନଥିଲା ।

ତେବେ ଯୁବ ନେତା ଶ୍ରୀ ନାଏକ ନଗର ସଭାପତି ଭାବେ ନିର୍ବାଚିତ ହୋଇଥିବାରୁ ଗୋଧୂଳି ସମେତ ସମସ୍ତ ୱାର୍ଡରେ ଆନନ୍ଦର ଲୋହରୀ ଖେଳି ଯାଇଛି । ନବ ନିର୍ବାଚିତ ସଭାପତିଙ୍କୁ ବିଜେଡି ଜିଲ୍ଲା ସଭାପତି ଆଶିଷ ଚକ୍ରବର୍ତି ଶୁଭେଚ୍ଛା ଓ ଅଭନନ୍ଦନ ଜଣାଇବା ସହ ସେମାନଙ୍କ ନେତୃତ୍ୱରେ ଦଳ ଅଧିକ ସଂଗଠିତ ଓ ସଶକ୍ତ ହେବ ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *

error: Content is protected !!