ମିଡ଼ିଆ କ୍ଳବ୍ ଓ ବୁଗୁଡ଼ା ଏନଏସି ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ୍

ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ):ସ୍ବାୟତ୍ତଶାସନ ଦିବସ ପାଳନ ଅବସରରେ ବୁଗୁଡ଼ା ଏନଏସି ଓ ବୁଗୁଡ଼ା ମିଡ଼ିଆ କ୍ଲବ୍ ମଧ୍ୟରେ ଶନିବାର ଦିନ ବନ୍ଧୁତ୍ଵପୂର୍ଣ୍ଣ କ୍ରିକେଟ୍ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି। ହାଇସ୍କୁଲ ମିନି ଷ୍ଟାଡିୟମ୍‌ରେ ଆୟୋଜିତ କ୍ରିକେଟ୍ ମ୍ୟାଚ୍ କୁ ଅଧ୍ଯକ୍ଷ ଚିତ୍ରସେନ ପ୍ରଧାନ ଉଦ୍‌ଘାଟନ କରିଥିଲେ । ମିଡ଼ିଆ କ୍ଲବ୍‌କୁ ୫୦ ରନ୍‌ରେ ହରାଇ ଏନ୍‌ଏସି ବିଜୟୀ ହୋଇଛି। ଏଏସି ଦଳ ନିର୍ଦ୍ଧାରିତ ୧୦ ଓଭରରେ ୧୩୪ ରନ୍ ସଂଗ୍ରହ କରିଥିବା ବେଳେ ମିଡ଼ିଆ ଟିମ୍ ୮୪ ରନ୍ ସଂଗ୍ରହ କରିବାକୁ ସମର୍ଥ ହୋଇଥିଲା । ଅମ୍ପାୟାର୍ ଭାବେ ବିକ୍ରମ ବେହେରା ଓ ରାଜକିଶୋର ପ୍ରଧାନ ସ୍କୋରର୍ ଭାବେ ଅଶୋକ ମହାନ୍ତି ଦାୟିତ୍ବ ତୁଲାଇ ଥିବା ବେଳେ ରାଜେନ୍ଦ୍ର ପ୍ରଧାନ ଧାରା ବିବରଣୀ ପ୍ରଦାନ କରିଥିଲେ ।

Leave a Reply

Your email address will not be published. Required fields are marked *

error: Content is protected !!