ବଅଁରପାଳ ବରିଷ୍ଠ ନାଗରିକ କଲ୍ୟାଣ ସଙ୍ଘ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଅନୁଗୋଳ/ବଅଁରପାଳ(ଅଜିତ କୁମାର ଭୋଇ): ବରିଷ୍ଠ ନାଗରିକ କଲ୍ୟାଣ ସଙ୍ଘ ଆନକୂଲ୍ୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କର “ମାଆଙ୍କ ପାଇଁ ଗଛଟିଏ”ଯୋଜନାର ଆହ୍ୱାନ କ୍ରମେ ନୂଆହତା ଶିବ ମନ୍ଦିର ପରିସରରେ ବିଭିନ୍ନ ପ୍ରକାର ଫୁଲ, ଫଳ ଓ ଔଷଧୀୟ ବୃକ୍ଷର ଚାରା ରୋପଣ କରାଯାଇଥିଲା, ଏହି କାର୍ଯ୍ୟକ୍ରମରେ ସଙ୍ଘର ସଭାପତି ଶ୍ରୀ ଶିବଚରଣ ସେଠି, ସମ୍ପାଦକ ଶ୍ରୀ ରବୀନ୍ଦ୍ର କୁମାର ସାହୁ, କାର୍ଯ୍ୟକାରୀ ସଭାପତି ଶ୍ରୀ ସତ୍ୟବାନ ବରାହଙ୍କ ସହିତ ବରିଷ୍ଠ ସଦସ୍ୟ ସର୍ବେଶ୍ୱର ସାହୁ, ସୁଧୀର ବରାହ, ଉତ୍ତର ସାହୁ, ରମେଶ ଦାଶ, କିଶୋର ଚନ୍ଦ୍ର ମିଶ୍ର, ପ୍ରସନ୍ନ ମହାନ୍ତି, ହେମନ୍ତ କୁମାର ସାହୁ,ବଳରାମ ପୃଷ୍ଟି,ରମେଶ ଶତପଥୀ, କୁଳମଣି ସାହୁ,ହେମନ୍ତ ନାୟକ, ଅରୁଣ ଜେନା, ଶ୍ରୀଧର ମହାନ୍ତି, ନୃପମଣି ନାୟକ, ବିନୋଦ ପ୍ରଧାନ ଓ କୁମୁଦ ସାହୁ ଉପସ୍ଥିତ ରହି ଚାରା ରୋପଣ କରିଥିଲେ, ଏହି କାର୍ଯ୍ୟକ୍ରମକୁ ସଙ୍ଘର ଅନ୍ୟତମ ସଦସ୍ୟ ତଥା ପୂର୍ବତନ ନୂଆହତା ପଞ୍ଚାୟତର ସରପଞ୍ଚ ତଥା ବର୍ତ୍ତମାନ ମନ୍ଦିର କମିଟିର ଉପଦେଷ୍ଟା ଶ୍ରୀ କାର୍ତ୍ତିକେଶ୍ୱର ସାମଲ ପରିଚାଳନା ଓ ସଂଯୋଜନା କରିଥିଲେ,, ଏବଂ ଶତାଧିକ ଗ୍ରାମବାସୀ ସହଯୋଗ କରିଥିଲେ

Leave a Reply

Your email address will not be published. Required fields are marked *

error: Content is protected !!