ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ଗଜବନ୍ଧ ଗ୍ରାମର ଦିବ୍ୟାଙ୍ଗ ଝିଅ ସ୍ମୃତି ଶିଖା ଭୋଇ ଓଡିଶା ପ୍ରଶାସନିକ ସେବା (ଓସିଏସ୍) ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ସେ ୩୩୫ ନମ୍ବର ରେଙ୍କ୍ ରଖି ସମଗ୍ର ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି l ସ୍ମୃତିଶିଖା ଜନ୍ମରୁ ଦୃଷ୍ଟି ବାଧିତ ସେ ଠିକ୍ ଭାବେ ଦେଖି ନ ପାରିଲେ ବି ତାଙ୍କ ଦୃଢ ମନୋବଳ ଓ ଇଚ୍ଛାଶକ୍ତି ଆଗରେ ଆଜି ସଫଳତା ହାର ମାନିଛି l କଠିନ ପରିଶ୍ରମ କରି ପ୍ରଥମ ଚେଷ୍ଟାରେ ଓଏଏସ୍ ପରୀକ୍ଷା ରେ ସଫଳ ହୋଇଛନ୍ତି ସ୍ମୃତିଶିଖା ଭୋଇ l ଗତବର୍ଷ ଓଏଏସ ପରୀକ୍ଷା ରେ ସଫଳ ହୋଇଥିବା ଭାଇ ଜ୍ୟୋତି ରଞ୍ଜନ, ବାପା ମାଆ, ବଡବାପା ଏବଂ ମାମୁଁ ମାଇଁଙ୍କ ଠାରୁ ସେ ପ୍ରେରିତ ହୋଇଥିବା କହିଛନ୍ତି l
ଏ ଖବର ପାଇ ଆଜି ସୁବର୍ଣ୍ଣପୁର ଜିଲ୍ଲାପାଳ ଡ. ନୃପରାଜ ସାହୁ ସ୍ମୃତିଶିଖା ଙ୍କ ସୋନପୁର ବାସଭବନ କୁ ପହଞ୍ଚି ସ୍ବାଗତ ସମ୍ବର୍ଦ୍ଧନା କରିଥିଲେ ଏବଂ ସ୍ମୃତି ଶିଖା ଆମ ଜିଲ୍ଲା ପାଇଁ ଗର୍ବ ଓ ଗୌରବ ବୋଲି କହିଥିଲେ ଓ ପରିବାର ସହ ଅଧଘଣ୍ଟା ସମୟ ବିତାଇ ଉତ୍ସାହିତ କରିଥିଲେ l ପୂର୍ବରୁ ସ୍ଥାନୀୟ ବ୍ଲକ ସଭାଗୃହ ଠାରେ ସାକ୍ଷାତ ଆଲୋଚନା ହୋଇଥିବା ସ୍ମୃତିଶିଖା କୁ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ନେଇ ଜିଲ୍ଲାପାଳ ଉତ୍ସାହିତ କରିଥିଲା ବେଳେ ପରୀକ୍ଷାରେ ଉତ୍ତୀର୍ଣ୍ଣ ପରେ ଏ ସଫଳତା ପାଇଁ ଆହୁରି ଖୁସି ହୋଇଥିଲେ ଜିଲ୍ଲାପାଳ l
ଖୋଦ୍ ଜିଲ୍ଲା ମୁଖିଆ ଜିଲ୍ଲାପାଳ ଶୁଭେଛା ଜଣାଇବା ପାଇଁ ଘରେ ପହଞ୍ଚି ଥିବାରୁ ସ୍ମୃତିସିଖା ଭାବ ବିହ୍ୱଳ ହୋଇଯାଇଥିଲେ l ଡିଆଇପିଆରଓ ଅର୍ଜୁନ ଚରଣ ମାଝୀ ମଧ୍ୟ ଉପସ୍ଥିତ ଥିଲେ l ସ୍ମୃତି ର ମା ସୁବାସିନୀ ଜଣେ ଗୃହିଣୀ ହୋଇଥିବା ବେଳେ ବାପା ଫକୀର ଚରଣ ଭୋଇ ସୋନପୁର ବ୍ଲକର ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ଭାବେ କାର୍ଯ୍ୟରତ ଅଛନ୍ତି ଓ ମାମୁଁ ଦୈତ୍ୟ ଭୋଇ ସୋନପୁର ବ୍ଲକର କୋଷାଧ୍ୟକ୍ଷ ଅଟନ୍ତି l ଏ ଖବରରେ ସୋନପୁର ର ବୁଦ୍ଧିଜୀବୀ, ମିଡ଼ିଆ ଓ ବିଭିନ୍ନ ପ୍ରଶାସନିକ ଅଧିକାରୀ ସ୍ମୃତି ଶିଖା କୁ ଶୁଭେଚ୍ଛା ଅଭିନନ୍ଦନ ଜଣାଇଛନ୍ତି l