ଜନ୍ମଦିନରେ ପୂର୍ବତନ କଂଗ୍ରେସ ଅଧ୍ୟାକ୍ଷା ସୋନିଆ ଗାନ୍ଧୀଙ୍କୁ କୋର୍ଟ ନୋଟିସ

ଭୁବନେଶ୍ୱର (ଶ୍ରୀକ୍ଷେତ୍ର ନ୍ୟୁ୍ଜ଼ ବ୍ୟୁରୋ): ସୂଚନାଯୋଗ୍ୟ ଯେ ଇତିମଧ୍ୟରେ ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ତଥା ବର୍ତମାନର କଂଗ୍ରେସ ପାର୍ଟିରୁ ରାଜ୍ୟସଭା ସାଂସଦ ସୋନିଆ ଗାନ୍ଧୀଙ୍କୁ ନୋଟିସ୍ ଜାରି କରିଛନ୍ତି। ୧୯୮୦ ମସିହାରେ ଭାରତୀୟ ନାଗରିକତା ହାସଲ କରିବା ପୂର୍ବରୁ ଭୋଟର ତାଲିକାରେ ତାଙ୍କ ନାମ କେମିତି ଯୋଡ଼ିହେଲା ସେନେଇ ସୋନିଆ ଗାନ୍ଧୀଙ୍କୁ ନୋଟିସ୍ ଜାରି କରାଯାଇଛି ।

ମିଳିଥିବା ସୂଚନା ମୁତାବକ, ପୂର୍ବରୁ, ଏ ସମ୍ପର୍କିତ ଏକ ଆବେଦନ କୋର୍ଟ ଦ୍ୱାରା ଖାରଜ କରାଯାଇଥିଲା ଏବଂ ଏହା ବିରୁଦ୍ଧରେ ଏକ ସଂଶୋଧିତ ଆବେଦନ ଦାଖଲ କରାଯାଇଥିଲା । ଯାହାପରେ ମାମଲାର ଶୁଣାଣି କରି କୋର୍ଟ ସୋନିଆ ଗାନ୍ଧୀଙ୍କୁ ଏକ ନୋଟିସ ଜାରି କରିଛନ୍ତି । ଏଥିରେ ୧୯୮୩ ମସିହାରେ ନାଗରିକତା ହାସଲ କରିବା ପୂର୍ବରୁ ୧୯୮୦ ଭୋଟର ତାଲିକାରେ ସୋନିଆଙ୍କ ନାମ କେମିତି ଯୋଡ଼ା ହେଲା ସେନେଇ ପ୍ରଶ୍ନ କରାଯାଇଛି ।

Leave a Reply

Your email address will not be published. Required fields are marked *

Powered by Joinchat